
କଟକ :ନିଖୋଜ ଶିଶୁମାନଙ୍କ ଉଦ୍ଧାର ଓ ସନ୍ଧାନ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ। ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ପ୍ରଥମ ୪ ଦିନରେ ମୋଟ ୧୬୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୧୩୮ଜଣ ବାଳିକା ଓ ୨୨ ଜଣ ବାଳକ ରହିଛନ୍ତି। ଏହି ଶିଶୁମାନଙ୍କ ନିଖୋଜ ସଂପର୍କରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ପରେ ସେମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଇଛି। ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୨୬ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗଂଜାମରୁ ୧୩ ଓ ବାଲେଶ୍ବର ଜିଲ୍ଲାରୁ ୧୨ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜିଲ୍ଲାମାନଙ୍କରୁ ଅବଶିଷ୍ଟ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ଏହି ଅଭିଯାନ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।
The post ନିଖୋଜ ଶିଶୁ ଉଦ୍ଧାର ପାଇଁ ଓଡ଼ିଶା ପୁଲିସର ସ୍ବତନ୍ତ୍ର ଅଭିଯାନ : ୪ ଦିନରେ ଉଦ୍ଧାର ହେଲେଣି ୧୬୦ first appeared on Sambad.
from ଜିଲ୍ଲା – Sambad https://ift.tt/2O22O2I
0 Comments