
କଟକ : ଶନିବାର ସାରାରାଜ୍ୟରେ ଆଇନଜୀବୀ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନଜୀବୀ ପରିଷଦ ଦ୍ବାରା ସ୍ବୀକୃତିପ୍ରାପ୍ତ ୧୪୨ଟି ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ୱାନ୍ ବାର୍ ୱାନ୍ ଭୋଟ୍ ନିୟମ ଅନୁସାରେ କରାଯାଇଛି। ଏଥିସହିତ ବାର୍ ନିର୍ବାଚନ ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରାଯାଇଛି। ମାସ୍କ ଓ ସାନିଟାଇଜର ବ୍ୟବହାର ସହିତ ଅନ୍ୟାନ୍ୟ କୋଭିଡ ନିୟମ କଡ଼ା କଡ଼ି ପାଳନ କରାଯାଇଛି। ବିନା ମାସ୍କରେ ଭୋଟଦାନ ସ୍ଥାନକୁ କାହାକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ। ଭୋଟ ଗ୍ରହଣ ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ଏହାପରେ ଗଣତି କରି ଅଧିକାଂଶ ବାର୍ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି।
ଆଜିର ନିର୍ବାଚନରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ ଓ ସଂପାଦକ ଭାବେ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ନିର୍ବାଚନରେ ଶ୍ରୀ ସାହୁ ୧୨୭୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରତିନ୍ଦ୍ବନ୍ଦ୍ବୀ କାଳୀ ପ୍ରସନ୍ନ ମିଶ୍ର ୮୬୪ ଖଣ୍ଡ ଭୋଟ ପାଇଥିଲେ। ସେହିଭଳି ଭାବେ ଡକ୍ଟର ଲେଙ୍କା ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଆଲୋକ ପ୍ରସାଦ ନନ୍ଦଙ୍କ ଠାରୁ ୩୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଦେବୀପ୍ରସାଦ ଦାଶ ଉପସଭାପତି, ପ୍ରଣୟ କୁମାର ସ୍ବାଇଁ ଯୁଗ୍ମସଂପାଦକ, ତାପସ କୁମାର ଆଚାର୍ଯ୍ୟ ସହସଂପାଦକ ଓ ବିଜୟ କୁମାର ମିଶ୍ର ସହସଂପାଦକ (ପାଠାଗାର) ଭାବେ ନିର୍ବାଚିତ ହୋଇଛନ୍ତି। ହାଇକୋର୍ଟ ବାର୍ ଆସୋସିଏନର ନବ ନିର୍ବାଚିତ ସଭାପତି ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବାର୍-ବେଞ୍ଚ ମଧ୍ୟରେ ଉତ୍ତମ ସଂପର୍କ ଓ ସମନ୍ବୟ ସହିତ ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ବାରୋପ କରାଯିବ। ଭିତ୍ତିଭୂମ, ଲୟର୍ସ ଚାମ୍ବର, ପାର୍କିଂ ଓ ଅନ୍ୟାନ୍ୟ ପ୍ରସଂଗରେ ପଦକ୍ଷେପ ନିଆଯିବ।
The post ସାରା ରାଜ୍ୟରେ ଆଇନଜୀବୀ ସଂଘ ନିର୍ବାଚନ : ଜଗବନ୍ଧୁ ହାଇକୋର୍ଟ ବାର୍ ସଭାପତି, ଜିତେନ୍ଦ୍ର ସଂପାଦକ first appeared on Sambad.from ଜିଲ୍ଲା | Sambad https://ift.tt/3deRSHw
0 Comments