ପୁରୀ: ଏଣିକି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଆସନ୍ତା ଏପ୍ରିଲ ୪ତାରିଖଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଗତ ବର୍ଷ କରୋନା ଆରମ୍ଭରୁ ମନ୍ଦିରକୁ ବନ୍ଦ କରାଯାଇଥିଲା । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ। ଦୀର୍ଘଦିନ ଧରି ମନ୍ଦିରକୁ ବନ୍ଦ ରଖାଯିବା ସହ ୯ମାସ ପରେ ଡିସେମ୍ବର ୨୩ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା ।

କରୋନା ସଂକ୍ରମଣ କମିବା ପରେ ପ୍ରତିଦିନ ଦର୍ଶନ ବ୍ୟବସ୍ଥା ହୋଇଥିଲା । ହେଲେ ଏବେ ପୁଣି ରାଜ୍ୟ ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମନ୍ଦିର ପ୍ରଶାସନ ଆସନ୍ତା ରବିବାରଠାରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

The post ଆସନ୍ତା ରବିବାରରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ମନ୍ଦିର ପ୍ରଶାସନ first appeared on Sambad.

from ଜିଲ୍ଲା | Sambad https://ift.tt/3ctXlLt