
ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ପାତ୍ରପଡା ପଞ୍ଚାୟତ ଘାଷିମଳିହା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପାଳଗଦା ପାଉଁଶ ହୋଇଥିବା ବେଳେ ପାଳଗଦା ତଳେ ବନ୍ଧା ହୋଇଥିବା ବଳଦ ଜୀବନ୍ତ ଦଗ୍ଧ ହୋଇଛି। ତେବେ ପାଖରେ ଖେଳୁଥିବା ଶିଶୁପୁତ୍ର ଅଳ୍ପକେ ରକ୍ଷା ପାଇଯାଇଛି । ସୂଚନାଯୋଗ୍ୟ ଆଜି ସକାଳ ୯ ଟାରେ କ୍ଷୀରୋଦ କୁମାର ମାଝୀ(୩୧)ଙ୍କ ଘରକୁ ଲାଗିଥିବା ପାଳଗଦାରେ ନିଆଁ ଲାଗିଥିଲା।
ଅଗ୍ନିକାଣ୍ଡ ଦେଖି କ୍ଷୀରୋଦ ପାଳଭାଡ଼ି ତଳେ ବନ୍ଧାହୋଇଥିବା ଦୁଇ ଗାଈ ଓ ଦୁଇ ବଳଦକୁ ଖୋଲିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପାଖରେ ଖେଳୁଥିବା ୪ ବର୍ଷର ପୁଅକୁ ଉଦ୍ଧାର କରିବା ସମୟରେ ଗୋଟିଏ ବଳଦ ଜୀବନ୍ତ ଦଗ୍ଧ ହୋଇଯାଇଛି।
୧୦ ମିନିଟ ମଧ୍ୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ହଜାର ଟଙ୍କାର ବଳଦ ସହିତ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି। ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ନିଆଁ ଲିଭେଇ ପାଖରେ ଥିବା ଘରକୁ ଅଗ୍ନିକାଣ୍ଡରୁ ରକ୍ଷା କରିଥିଲେ।
The post ଘାଷିମଳିହା ଗ୍ରାମରେ ଅଗ୍ନିକାଣ୍ଡ ବଳଦ ଜୀବନ୍ତ ଦଗ୍ଧ: ଅଳ୍ପକେ ବର୍ତ୍ତିଲା ଶିଶୁପୁତ୍ର first appeared on Sambad.from ଜିଲ୍ଲା | Sambad https://ift.tt/2O6STsE
0 Comments