ବେଲଗୁଣ୍ଠା : ମହାଶିବରାତ୍ରୀ ଜାଗର ଯାତ୍ରାରେ ସମସ୍ତେ ମଗ୍ନ ଥିଲେ। ଏତିକିବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଞ୍ଚଳ ନାୟକପଡ଼ା ଶ୍ମଶାନ ପାଖରୁ ଜଣେ ଦଳିତ ନାବାଳିକା ହାତଗୋଡ଼ ବନ୍ଧା ହୋଇ ଅଚେତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା ସୂଚନା ପ୍ରକାରେ, ନାୟକପଡ଼ାର ନାବାଳିକା ଜଣକ ସେହି ଗ୍ରାମର ଜଣେ ପଛୁଆବର୍ଗ ପୁଅକୁ ଭଲ ପାଉଥିଲେ। ଏହି ଘଟଣାକୁ କେନ୍ଦ୍ରକରି ନାୟକପଡ଼ା ରାସ୍ତା ଗାଁ ପାଖ ଶ୍ମଶାନ ନିକଟରେ ତିନି/ଚାରି ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ ବୋଲି ନାବାଳିକା ପ୍ରକାଶ କରିଛି। ଅଣ୍ଟା ସୂତାରେ ହାତ ଓ ଗୋଡ଼କୁ ବାନ୍ଧି ଦେଇଥିଲେ। ନାବାଳିକା ଜଣକ ଅଚେତ ହୋଇ ଯାଇଥିବା ବେଳେ ସେ ସମୟରେ ଏକ ଅଟୋ ଆସିଯିବାରୁ ଯୁବକମାନେ ଚମ୍ପଟ୍‌ ମାରିଥିଲେ।

ପୁଲିସ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।

The post ଦଳିତ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ମଶାଣିରେ ଫିଙ୍ଗିଦେଲେ first appeared on Sambad.



from ଜିଲ୍ଲା – Sambad https://ift.tt/3l9ZsXH