ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଥିବାର ଖବର ମିଳିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘର ସମେତ ଏକକାଳୀନ ୪ ଜାଗାରେ ଚଢାଉ ଜାରି ରହିଛି । ତାଙ୍କ ଅଫିସ, ବାସଭବନ, ହୋଟେଲ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ଏକକାଳୀନ ଚଢାଉ ଚାଲିଛି। ସୂଚନାଯୋଗ୍ୟ, ଏକଦା ଏହି ପଞ୍ଚାୟତଟି ରୋଜଗାର କ୍ଷେତ୍ରରେ ସର୍ବଭାରତୀୟ କ୍ଷେତ୍ରରେ ପୁରସ୍କୃତ ହୋଇଥିଲା।

The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ first appeared on Sambad.

from ଜିଲ୍ଲା | Sambad https://ift.tt/394gaTy

Post a Comment

0 Comments