ଦାରିଙ୍ଗିବାଡ଼ି: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଆଜି ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ଗୁମିକିଆ ରୋଡ ପୋଲ ପାଖ ଗଛରେ ବେକରେ ଚୁନି ଗୁଡ଼ାହୋଇଥିବା ଜଣେ ମହିଳାଙ୍କ ମୃତ ଶରୀର ଝୁଲିଥିବା ଆଜି ସକାଳେ ଲୋକମାନେ ଦେଖିବାକୁ ପାଇଥିଲେ। ଏହି ପର୍ଯ୍ୟନ୍ତ ମହିଳାଙ୍କର ପରିଚୟ ମିଳିନାହିଁ। ସ୍ଥାନୀୟ ଲୋକେ ବାଲିଗୁଡ଼ା ଥାନାକୁ ସୂଚନା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିବ।

The post ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/38VDUZW