ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗାଲେରି ଗ୍ରାମର କାଳିଆ ନାଇକ ଏବଂ ଗୁରୁତର ଜଣକ ହେଲେ ତୁରୁମୁ ଗ୍ରାମର ସାଇବ ନାଇକ। ଉଭୟ ସମ୍ପର୍କରେ ଭିଣୋଇ ଓ ଶାଳକ ବୋଲି ଜଣାପଡ଼ିଛି।
ଆଜି ସକାଳୁ ଉଭୟ କୌଣସି କାମରେ ବାଇକ ଯୋଗେ ତୁରୁମୁ ଗ୍ରାମରୁ କୁଲାଡ଼ ଅଭିମୁଖେ ଆସୁଥିବା ବେଳେ ଗୁଜୁରାଳି ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲେ। ଫଳରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଘଟଣାସ୍ଥଳରେ ଭିଣୋଇ କାଳିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଳକ ସାଇବ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମକ୍ରମେ ଉଦ୍ଧାର କରାଯାଇ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଚାଲିଛି। ଖବର ପାଇ ଭଞ୍ଜନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

The post ଭଞ୍ଜନଗରରେ ବାଇକ ଦୁର୍ଘଟଣା: ଭିଣୋଇ ମୃତ, ଶାଳକ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3fsZSHw