ସୁନ୍ଦରଗଡ଼ରେ ପୁଲିସ ପ୍ରତିଷ୍ଠା ଦିବସ

ସନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ ବାରାକ ପଡ଼ିଆରେ ପୁଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାଵେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଯୋଗ ଦେଇ ପୁଲିସ ବାହିନୀଙ୍କ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଏସପି ସାଗରିକା ପୁଲିସକୁ ନିଷ୍ଠାର ସହ ସେଵା ମନୋଭାଵ ନେଇ କାମ କରିବାକୁ ଆହ୍ବାନ ଜଣାଇଛନ୍ତି।

ଉତ୍ସବରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେତେକ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହିକ୍ରମରେ ସ୍ଥାନୀୟ ଏକଲବ୍ୟ ପଡ଼ିଆରେ ସ୍କୁଲପିଲାଙ୍କ ଏକ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଛି।

The post ସୁନ୍ଦରଗଡ଼ରେ ପୁଲିସ ପ୍ରତିଷ୍ଠା ଦିବସ first appeared on Sambad.

from ଜିଲ୍ଲା | Sambad https://ift.tt/3sIEge9

Post a Comment

0 Comments