ନବରଙ୍ଗପୁର: ଆନ୍ଧ୍ର ପ୍ରଦେଶର ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏଥିରେ ହେଲପରଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁରରୁ ଭୁବନେଶ୍ବର ଯାଉଥିବା ତ୍ରିପାଠୀ ନାମକ ଘରୋଇ ବସର ଭୋର ପ୍ରାୟ ୪ଟା ବେଳେ ଆନ୍ଧ୍ରର ବାରୁଆ ଥାନା ଅନ୍ତର୍ଗତ କୋରଲାମ –ଭେସି ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପଛ ପଟୁ ପୁଣି ଏକ ଟ୍ରକ ଆସି ପିଟି ହୋଇଥିଲା। ଯାହା ଫଳରେ ବସର ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ।

ଖବର ପାଇ ବାରୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯାତ୍ରୀମାନଙ୍କୁ ବାରୁଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ବସରେ ଷ୍ଟାଫଙ୍କୁ ମିଶାଇ ପ୍ରାୟ ୩୫ ଜଣ ଥିବାର ସୂଚନା ମିଳିଛି।

The post ଆନ୍ଧ୍ର ପ୍ରଦେଶର କୋରଲାମ ଠାରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ: ହେଲପରଙ୍କ ମୃତ୍ୟୁ, ୫ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3cvlGPU