ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ଭିଜିଲାନ୍ସ ପଞ୍ଝାରେ। ଗତକାଲି ବାଙ୍ଗିରିପୋଷିରୁ ବାହାରି ଏକ ବୋଲେରୋରେ ବାଲେଶ୍ଵର ଯାଉଥିବା ବେଳେ ନହରପାଟଣା ନିକଟରେ ଖବର ପାଇ ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ ଟିମ ଜାଲରେ ପଡ଼ିଥିଲେ ତହସିଲଦାର। ଚଢାଉ ସମୟରେ ତାଙ୍କ ଗାଡ଼ିରେ ଥିବା ଏକ ଵ୍ୟାଗରୁ ୨ ଲକ୍ଷ ୫୬ ହଜାର ୫୦୫ ଟଙ୍କା ଜବତ ହୋଇଥିଲା।

ଏହା ପରେ ତାଙ୍କ ପୈତୃକ ଘର ବୈଶିଙ୍ଗା ନିକଟରେ ଥିବା ଚୁଆପଦା ଗ୍ରାମରେ ଏବଂ ବାଲେଶ୍ବର ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ଆଜି ବାଙ୍ଗିରିପୋଷିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଡିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଛି। ଡିଏସପି ଭିଜିଲାନ୍ସଙ୍କ ସୂଚନା ଅନୁସାରେ ଶ୍ରୀ ପଣ୍ଡାଙ୍କ ବାଲେଶ୍ୱରସ୍ଥିତ ବାସଭବନରୁ ୨୨ଲକ୍ଷ ଟଙ୍କା ଏବଂ ବାରିପଦାସ୍ଥିତ ବାସଭବନରୁ ୪ହଜାର ଟଙ୍କା ଜବତ କରିଥିବାର ସୂଚନା ଦେଇଛନ୍ତି।

The post ଭିଜିଲାନ୍ସ ପଞ୍ଝାରେ ବାଙ୍ଗିରିପୋଷି ତହସିଲଦାର, ଆଜି ବାଙ୍ଗିରିପୋଷି ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ first appeared on Sambad.

from ଜିଲ୍ଲା | Sambad https://ift.tt/2O3V7Ju