
ଢେଙ୍କାନାଳ: ସ୍ଥାନୀୟ ଷ୍ଟେସନ ବଜାରସ୍ଥିତ କଳିଙ୍ଗ ଝୋଟ କଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଭୟଙ୍କର ରୂପ ଧାରଣ କରିଛି। ଝୋଟ ସାମଗ୍ରୀ ଯୋଗୁଁ ଏହି ନିଆଁ ଉଗ୍ର ରୂପ ଧାରଣ କରିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ଏହି ନିଆଁରେ କାରଖାନାର କୋଟି କୋଟି ଟଙ୍କାର ଝୋଟ ସାମଗ୍ରୀ ଓ ମେସିନ ଆଦି ଜଳି ଯାଇଥିବା ଅନୁମାନ କରାଯାଉଛି।
ତେବେ ନିଆଁ ଲାଗିଆ ସମୟରେ କାରଖାନାରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି। ମାତ୍ର ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିବାବେଳେ ନିଆଁ ଲାଗିବା ପରେ କାରଖାନା ବାହାରକୁ ପଳାଇ ଆସିଛନ୍ତି। ନିଆଁର ପ୍ରକୃତ କାରଣ ଜଣା ପଡ଼ିନାହିଁ। ସୂଚନାଯୋଗ୍ୟ, ଏହି କାରଖାନାରେ ଅନୁରୂପ ଭାବେ ପୂର୍ବରୁ ତିନି-ଚାରି ଥର ଅଗ୍ନିକାଣ୍ଡ ଘଟିଛି। ଏନେଇ କର୍ମଚାରୀ ମହଲରେ ଚାପା ଉତ୍ତେଜନା ଲାଗି ରହିଛି।
The post କଳିଙ୍ଗ ଝୋଟ କଳରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀର ନିଆଁଲିଭା କାମ ଜାରି first appeared on Sambad.from ଜିଲ୍ଲା | Sambad https://ift.tt/3dkA9hT
0 Comments