କଟକ : ଏସ୍‌ସିବିରେ ରହିଛି ରାଜ୍ୟର ଏକମାତ୍ର ହେପାଟୋଲୋଜି ବା ଲିଭର ବିଭାଗ। ବିଭାଗରେ ପ୍ରତି ସପ୍ତାହରେ ହାରାହାରି ଭାବେ ୫/୬ ଗୁରୁତର ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡିଥାଏ। କିନ୍ତୁ ବିଭାଗରେ ଆଇସିୟୁ ନଥିବାରୁ କାହାକୁ ସେଣ୍ଟ୍ରାଲ ଆଇସିୟୁ ତ କାହାକୁ ମେଡିସିନ୍‌ ଆଇସିୟୁକୁ ରେଫର କରିଥାନ୍ତି ଡାକ୍ତର। ବିଭାଗ ଖୋଲିବାର ୧୫ବର୍ଷ ପରେ ବି ଆଜି ପର୍ଯ୍ୟନ୍ତ ଆଇସିୟୁ ବ୍ୟବସ୍ଥା ହୋଇପାରିନି। ସରକାର କିଛି ମାସ ତଳେ ଆଇସିୟୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ହେଲେ ଏବେ ଏସ୍‌ସିବି ସଂପ୍ରସାରଣ ‌ଯୋଜନା ନାଁରେ ତାହା ବି ଖୋଲି ପାରିନି।

ସୂଚନା ଅନୁସାରେ, ହେପାଟୋଲୋଜି ବା ଲିଭର ବିଭାଗ ୨୦୦୬ରେ ବିଧିବଦ୍ଧଭାବେ କଟକ ବଡଡାକ୍ତରଖାନାରେ ଆରମ୍ଭ ହୋଇଥିଲା। ଏହି ହେପାଟୋଲୋଜି ବା ଲିଭର ବିଭାଗ ଭାରତର ୬ଟି ସ୍ଥାନରେ ରହିଥିବା ବେଳେ ସେଥିରୁ ଏସ୍‌ସିବି ହେଉଛି ଅନ୍ୟତମ। ବିଭାଗରେ ବେଡ୍‌ ସଂଖ୍ୟା ୩୬ ରହିଥିବା ବେଳେ ତାହା କିନ୍ତୁ ରୋଗୀଙ୍କୁ ପର୍ଯ୍ୟାପ୍ତ ହେଉନି। ଆଇସିୟୁ ବ୍ୟବସ୍ଥା ନାହିଁ।

ସେହିଭଳି ବିଭାଗରେ ରୋଗୀଙ୍କ ସଂଖ୍ୟା ଅନୁଯାୟୀ ଶଯ୍ୟା ନ ଥିବାରୁ ତଳେ ଶୋଉଛନ୍ତି ରୋଗୀ। ଡାକ୍ତରଙ୍କ ବସିବା ପାଇଁ ମଧ୍ୟ ସ୍ଥାନ ନାହିଁ। ଆଇସିୟୁ ନ ଥିବାରୁ ବିଭାଗ ପାଇଁ ୬ ଶଯ୍ୟା ବିଶିଷ୍ଟ ଆଇସିୟୁର ପ୍ରସ୍ତାବ ନିକଟରେ ମଂଜୁରୀ ପାଇଛି। କିନ୍ତୁ ଏବେ ବିଶ୍ବସ୍ତରୀୟ ଏସ୍‌ସିବି ଯୋଜନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରୁନି।

ବିଭାଗରେ ୩୬ଟି ବେଡ୍‌ ଥିବା ବେଳେ ଅତିକମରେ ୬୦ ଶଯ୍ୟା ଆବଶ୍ୟକ। ବିଭାଗରେ ରୋଗୀଙ୍କ ସଂଖ୍ୟା ଅନୁଯାୟୀ ଶଯ୍ୟା ନ ଥିବାରୁ ତଳେ ଶୋଉଛନ୍ତି ରୋଗୀ। ଡାକ୍ତରଙ୍କ ବସିବା ପାଇଁ ମଧ୍ୟ ସ୍ଥାନ ନାହିଁ। ଆଇସିୟୁ ନ ଥିବାରୁ ବିଭାଗ ପାଇଁ ୬ ଶଯ୍ୟା ବିଶିଷ୍ଟ ଆଇସିୟୁର ପ୍ରସ୍ତାବ ନିକଟରେ ମଂଜୁରୀ ପାଇଛି। କିନ୍ତୁ ଏବେ ବିଶ୍ବସ୍ତରୀୟ ଏସ୍‌ସିବି ଯୋଜନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରୁନି। ସଂପ୍ରସାରଣ ଯୋଜନାରେ ହେବାକୁ ଥିବା ନୂଆ କୋଠାରେ ଆଇସିୟୁ ବ୍ୟବସ୍ଥା ରହିଥିବାରୁ ଏବେ ଏହା ସମ୍ଭବ ନୁହେଁ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ବିଶେଷଜ୍ଞ ଡାକ୍ତର ୫ଜଣଙ୍କ ସ୍ଥାନରେ ଅଛନ୍ତି ୩ ଜଣ। ପ୍ରଫେସର ଜଣେ, ଆସୋସିଏଟ୍‌ ପ୍ରଫେସର ଜଣେ, ଆସିଷ୍ଟାଣ୍ଟ ପ୍ରଫେସର ଜଣେ ରହିଛନ୍ତି। ୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ଅଛି। କିନ୍ତୁ ୨୦୧୯ରୁ ବିଭାଗରେ ଡିଏମ୍‌ ପାଠ୍ୟକ୍ରମ ଖୋଲିଥିବା ବେଳେ ୨ଟି ସିଟ୍‌ ରହିଛି। ଏଥିସହ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ମଧ୍ୟ କାମ କରୁଛନ୍ତି। ବିଶେଷଜ୍ଞ ଓ ଡାକ୍ତରଙ୍କୁ ମିଶାଇ ବିଭାଗରେ ୯ଜଣ ଡାକ୍ତର ରହିଛନ୍ତି। ପ୍ରାୟ ଅଧା ପଦବି ଖାଲିରହିଛି।

The post ସମସ୍ୟାରେ ଏସ୍‌ସିବି : ହେପାଟୋଲୋଜି ବିଭାଗରେ ଆଇସିୟୁ ନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3s530gm