ପୁରୀ: ପୁରୀରେ ବଡ଼ଦାଣ୍ଡ ସେବା ଚାଲିଛି। ପ୍ରତି ଶନିବାର ସକାଳ ସାଢେ ଛଅରୁ ସାଢେ ୮ଟା ଯାଏଁ ଦୁଇ ଘଣ୍ଟା ଧରି ବଡ଼ଦାଣ୍ଡ ସେବା କରାଯାଉଛି। ପୁରୀ ସହର ଓ ବଡ଼ଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପୁରୀବାସୀ ଓ ପର୍ଯ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ। ଆଜି ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ଯୋଗ ଦେଇଥିଲେ।
ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମରିଚିକୋଟ ଛକ, ଡାକ୍ତରଖାନା ଛକ, ମାର୍କେଟଛକ, ବଡ଼ଶଙ୍ଖ, ଗୁଣ୍ଡିଚାମନ୍ଦିର ଯାଏ ଏହି ୫ଟି ସ୍ଥାନରେ ବଡ଼ଦାଣ୍ଡ ସେବା ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକଙ୍କୁ ସାମିଲ କରାଯାଉଛି। ବଡ଼ଦାଣ୍ଡ ସେବାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା ପ୍ରତିଯୋଗିତା, ରଙ୍ଗୋଲି, କୁଇଜ୍, ଚିତ୍ରାଙ୍କନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହା ସାଙ୍ଗକୁ କୃତୀ ପ୍ରତିଯୋଗୀଙ୍କୁ ଗୁଣ୍ଡିଚାମନ୍ଦିର ନିକଟରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ବଡ଼ଦାଣ୍ଡ ସେବା ସହ ପ୍ରତି ଶନିବାର ପ୍ଲାଷ୍ଟିକ୍ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରିଛି ପୁରୀ ପ୍ରଶାସନ।

The post ପୁରୀ ସହର ଓ ବଡ଼ଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ‘ବଡ଼ଦାଣ୍ଡ ସେବା’ first appeared on Sambad.



from ଜିଲ୍ଲା – Sambad https://ift.tt/3qDYGTX