କି‌ଶନନଗର କଲେଜ ପରିସରରେ ଗଣ୍ତଗୋଳ; ଅଣଛାତ୍ରଙ୍କ ମାଡ଼ରେ ଛାତ୍ର ଆହାତ

କି‌ଶନନଗର: ଆଜି ପୂର୍ବାହ୍ନ ପ୍ରାୟ ୯ ଟା ସମୟରେ ୨୦ରୁ ଅଧିକ ଅଣଛାତ୍ର ହାତରେ କ୍ରିକେଟ ବ୍ୟାଟ, ଓ୍ବିକେଟ୍‌, ବାଉଁଶ ବାଡ଼ି ଆଦି ଧରି କଟକ ଜିଲ୍ଲାର କିଶନନଗର କଲେଜ ପରିସରରେ ପ୍ରବେଶକରି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ଯୁକ୍ତ ପ୍ରଥମ ବର୍ଷର ଛାତ୍ର ସୋହେଲ ଖାନ୍ ଓ ଫରିଦ୍ ଖାନ୍ ଆହତ ହୋଇଛନ୍ତି। ଆହତ ଦୁଇ ଛାତ୍ରଙ୍କୁ କିଶନନଗର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି।

Sambad

ଖବର ପାଇ କିଶନନଗର ଥାନା ଅଧିକାରୀ ବାମଦେବ ସ୍ବାଇଁଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ। ଏକ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଦିନ ହେବ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ସୂଚନା ମିଳିଛି। ତେବେ ଆଜି ସକାଳେ ଏହା ବିସ୍ଫୋରକ ରୂପ ନେଇଥିଲା।

 

The post କି‌ଶନନଗର କଲେଜ ପରିସରରେ ଗଣ୍ତଗୋଳ; ଅଣଛାତ୍ରଙ୍କ ମାଡ଼ରେ ଛାତ୍ର ଆହାତ first appeared on Sambad.



from ଜିଲ୍ଲା – Sambad https://ift.tt/2NY7W8b

Post a Comment

0 Comments