ଖଇରା: ବାଲେଶ୍ବର ଜିଲ୍ଲାର ଖଇରା  ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ଗ୍ରାମର ରମାକାନ୍ତ ରାଉଳଙ୍କ ଅଟୋକୁ ଜଣେ ନିଶାସକ୍ତ ଯୁବକ ଜାଳିଦେଇଥିବାର ଖବର ମିଳିଛି ।

ଘଟଣାରୁ ପ୍ରକାଶ ଗଣ୍ଡିବେଡ଼ ବଜାର ନିକଟରେ ରଙ୍ଗମହଲ ଯାତ୍ରା ପାର୍ଟି କାଲି ପ୍ରଥମ ରାତି ଯାତ୍ରା ପରିବେଷଣ କରୁଥିଲା। ରମାକାନ୍ତ ରାଉଳ ଏବଂ ତାଙ୍କ ପୁଅ ଦୀପକ ରାଉଳ ଯାତ୍ରାରେ କମିଟି ମେମ୍ବର ରହିଥିଲେ। ରାତି ୧୨ଟା ସମୟରେ ଗଣ୍ଡିବେଡ଼ ଗ୍ରାମର ପୁପୁନ ଜେନା ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଯାତ୍ରା ପେଣ୍ଡାଲ ପାଖକୁ ଯାଇ  ଟିକେଟକୁ କେନ୍ଦ୍ରକରି ଦୀପକଙ୍କ ସହ ଝଗଡ଼ା କରିଥିଲା। ଏଥିରେ ପୁପୁନ ଉତ୍ତ୍ୟକ୍ତ ହୋଇ ରମାକାନ୍ତଙ୍କ ଘର ଗେଟ ଡେଇଁ ତାଙ୍କ ବାଡ଼ିରେ ଥିବା ଅଟୋରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ରାମାକାନ୍ତଙ୍କ ଘରେ ସମସ୍ତ ସଦସ୍ୟ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ପଡ଼ୋଶୀ ଅଟୋ ଜଳୁଥିବା ଦେଖି ରାମାକାନ୍ତଙ୍କୁ ଫୋନ କରିଥିଲେ।

ରମାକାନ୍ତ ଘରକୁ ଆସି ଅଟୋ ଜଳୁଥିବା ଦେଖି ଖଇରା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଜାଳିଥିବା ପୁପୁନକୁ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି।

The post ଯାତ୍ରା ଟିକେଟକୁ କେନ୍ଦ୍ର କରି ବଚସା: ଅଟୋ ଜାଳିଦେଲା ନିଶାସକ୍ତ ଯୁବକ first appeared on Sambad.

from ଜିଲ୍ଲା | Sambad https://ift.tt/3vHXd2F