
ରାୟଗଡ଼ା: ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ରାୟଗଡ଼ା କସ୍ତୁରୀ ନଗର ବାଲାଜି ଟାୱାରସ୍ଥିତ ବାସ ଭବନରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ ବେଳେ ନଗଦ ଟଙ୍କା ସହ ଏଟିଏମ କାର୍ଡ ଓ କିଛି କାଗଜପତ୍ର ଭିଜିଲାନ୍ସ ବିଭାଗ ଜବତ କରିଛି।
ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଶଶୁରଙ୍କ ଲିଙ୍କରେ ଏହି ଚଢ଼ାଉ ଚାଲିଛି। ଖରିଆର ରେଞ୍ଜର ଥିବା ତାଙ୍କ ଶଶୁର ସଦାନନ୍ଦ ସୁନାନୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲୁଥିବା ବେଳେ ଏହି ଲିଙ୍କରେ ରାୟଗଡ଼ା, କଳାହାଣ୍ଡି ସମେତ ୬ଟି ସ୍ଥାନରେ ଚଢ଼ାଉ ଚାଲୁଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।
The post ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ first appeared on Sambad.from ଜିଲ୍ଲା | Sambad https://ift.tt/3qRNHpW
0 Comments