
ବାରିପଦା/ଯଶିପୁର : ପୂର୍ବରୁ ବିଜେଡି ଓ କଂଗ୍ରେସ ଟିମ୍ ଶିମିଳିପାଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଭଞ୍ଜସେନା ମୟୂରଭଞ୍ଜ ବନ୍ଦ କରିଥିଲା। ବିେଜଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନିଆଁ ଲିଭାରେ ସାମିଲ ହୋଇଥିଲେ। ଆଉ ଆଜି ବନାଗ୍ନିର ସ୍ଥିତି ସମୀକ୍ଷା କରିଛି ବିଜେପି ଟିମ୍। ତେଣୁ ଏଥର ଶିମିଳିପାଳ ନିଆଁରେ ବିଧାନସଭା ଅଧିବେଶନ ସରଗରମ୍ ହେବା ଚର୍ଚ୍ଚା ହେଉଛି।
ଆଜି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ବାରିପଦା ପଟୁ ଶିମିଳିପାଳକୁ ପଶିଥିଲା। ଏକାଧିକ ସ୍ଥାନ ପରିଦର୍ଶନ କରି ଯଶିପୁରେ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହି ଅବସରରେ ବନାଗ୍ନି ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା କହିଛି ପ୍ରତିନିଧିମଣ୍ଡଳୀ। ବିଶୋଇ ନିକଟସ୍ଥ ରାଜପଥ ଉପରେ ଛିଡ଼ାହେଲେ ଶିମିଳିପାଳ ଜଙ୍ଗଲର ଉପରିଭାଗରେ ନିଆଁ ଏବେବି ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବଡ଼ସାହି ବିଧାୟକ ତଥା ପ୍ରତିନିଧି ମଣ୍ଡଳୀରେ ସଦସ୍ୟ ଥିବା ସନାତନ ବିଜୁଳି କହିଛନ୍ତି।
ପ୍ରତିନିଧି ଦଳରେ ବିଧାୟକ ସୁବାସ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଶ ରାମ ଖୁଣ୍ଟିଆ, ପ୍ରକାଶ ସୋରେନ, ଜୟନ୍ତ ଷଡଙ୍ଗୀ, ବୁଢ଼ାନ ମୁର୍ମୁ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ଉପସଭାପତି ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।
The post ଶିମିଳିପାଳ ନିଆଁରେ ତାତିବ ବିଧାନସଭା, ସ୍ଥିତି ପରଖିଲା ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ first appeared on Sambad.
from ଜିଲ୍ଲା – Sambad https://ift.tt/3eLi1Qu
0 Comments