ଟାଙ୍ଗରପାଲି: ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍ ନଦୀପଠାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଘଟଣାସ୍ଥଳରୁ ସମ୍ପୃକ୍ତ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିଲା। ଆଜି ସକାଳୁ ପାଣି ଭିତରୁ ହାତର କିଛି ଅଂଶ ଓ ଆଉ ଏକ ଗୋଡ଼ ମିଳିଛି।

image source: twitter

ମୃତକ ତଳସରା ଥାନା ଅଞ୍ଚଳର ଦୁର୍ଗା ମାଝୀ(୩୧) ବୋଲି ଜଣାପଡ଼ିଛି। ସେ ଖତବଡେଗା ମଝାପଡ଼ାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। କିଏ ଓ କାହିଁକି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ସୁନ୍ଦରଗଡ଼ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଇବ୍ ନଦୀପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3q8MURa