ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ଥିବା ରାମକୋ ସିମେଣ୍ଟ କାରଖାନାର ଠିକାଦାର ଜଣେ ବ୍ୟବସାୟୀଙ୍କ ୬୦ଲକ୍ଷ ୪୩ହଜାର ୪ଶହ ଟଙ୍କା ହଡ଼ପ କରି ଆତ୍ମଗୋପନ କରିଥିବାବେଳେ ଶେ‌ଷରେ ପୁଲିସ ହାତରେ ଧରାପଡ଼ିଛନ୍ତି।। କଟକ ବ୍ୟବସାୟୀଙ୍କୁ ୬୦ଲକ୍ଷ ଟଙ୍କା ଠକିଥିବା ବିହାର ବକ୍ସର ଅଞ୍ଚଳର ଠିକଦାର ବିନୟ କୁମାର ସିଂ(୩୮)ଙ୍କୁ ଆ‌ନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଚିଲାକୁଲୁ ଅଞ୍ଚଳରୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ ଆଜି ଚଣ୍ତିଖୋଲ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଧର୍ମଶାଳା ଥାନା ଅଞ୍ଚଳରେ ଥିବା ରାମ୍‌‌କୋ କାରଖାନାର ଠିକାଦାର ଶ୍ରୀ ସିଂ ଗତବର୍ଷ ଏଲ୍ଆଣ୍ଡଟି କମ୍ପାନି ଜରିଆରେ ଫେବ୍ରିକେସନ କାମ କରୁଥିଲେ। ବକ୍ସିବଜାରର ବ୍ୟବସାୟୀ ରିୟାଜ୍ ଅହମ୍ମଦ ଖାଁଙ୍କୁ ୬୦ଲକ୍ଷ ୪୩ହଜାର ୪ଶହ ଟଙ୍କା ନଦେଇ ଛୁ’ମାରିଥିଲେ।

The post ୬୦ଲକ୍ଷ ଟଙ୍କା ଠକେଇ ଘଟଣା : ଆନ୍ଧ୍ରପ୍ରଦେଶରୁ ରାମ୍‌କୋ ଠିକାଦାର ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/2NQG9q2