କାମାକ୍ଷାନଗର: ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ଖଟୁଆହତା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜବେଷ୍ଟସ ବୋଝେଇ ଏକ ଟାଟା ଏସି ଗାଡ଼ି ସହ ଗୋଟିଏ ବଜାଜ ଡିସ୍କଭର ବାଇକର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏଥିରେ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା।
ଟାଟା ଏସି ଗାଡ଼ିର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତ ବାଇକ୍ ଚାଳକକୁ ପଣ୍ଡୁଆ ପୁଲିସ ଉଦ୍ଧାର କରି ଅଁଳାବେରେଣୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଘର ସଦର ଥାନା ସୁଧାର କାଟେଣୀର ସଞ୍ଜୟ ନାଏକ ବୋଲି ସୂଚନା ରହିଛି । ତାଙ୍କ ମୃତଦେହ ଅଁଳାବେରେଣୀ ଡାକ୍ତରଖାନାରେ ରହିଛି।

The post ବାଇକ ସହ ଟାଟା ଏସିର ସାମ୍ନାସାମ୍ନି ଧକ୍କା: ଜଣେ ମୃତ, ଜଣେ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3m2vTrp