
ଛେଣ୍ଡିପଦା : ନିକଟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୃଷିମେଳାରେ ଛେଣ୍ଡିପଦା ବ୍ଲକ୍ କୋରଡ଼ା ଗାଁ ମହିଳା ଗୋଷ୍ଠୀଙ୍କ ପ୍ରସ୍ତୁତ ମାଣ୍ଡିଆଲଡ଼ୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସଂପ୍ରତି ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ସଚେତନତା କ୍ରମଶଃ ବୃଦ୍ଧି ପାଉଥିଲା ବେଳେ ଏକ ପୁଷ୍ଟିକର ଖାଦ୍ୟ ଭାବେ ମାଣ୍ଡିଆର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାଣ୍ଡିଆ ଚାଷ ଓ ମାଣ୍ଡିଆ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଓଡ଼ିଶା ମିଲେଟ ମିସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ୍ ଡେଭଲପମେଣ୍ଟ ଫାଉଣ୍ଡେସନ ତତ୍ତ୍ୱାବଧାନରେ ବଳରାମ ପ୍ରସାଦ ଗାଁ ମା ଉଦ୍ୟୋଗର ସବିତାରାଣୀ ଗଡ଼ନାୟକ ଓ ତପନ ସିଂହଙ୍କ ସହଯୋଗରେ କୋରଡା ଶିବଶକ୍ତି ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରିଥିଲେ। କୋରଡା କୃଷକ ସଂଘ ସଭାପତି ସରୋଜନ ସାହୁ, ଓଡ଼ିଶା ମିଲେଟ ମିସନ ଜିଲା ସଂଯୋଜକ ହରିହର ମହାରଣା ଉକ୍ତ ମହିଳା ଗୋଷ୍ଠୀକୁ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତି ପାଇଁ ସହାୟତା ପ୍ରଦାନ କରିଥିଲେ।
The post ଛେଣ୍ଡିପଦା : ଜିଲ୍ଲାସ୍ତରୀୟ କୃଷିମେଳାରେ ମନ ଜିଣିଲା ମାଣ୍ଡିଆଲଡ଼ୁ first appeared on Sambad.from ଜିଲ୍ଲା | Sambad https://ift.tt/3dauk6w
0 Comments