ଲେଫ୍ରିପଡ଼ା : ଲେଫ୍ରିପଡ଼ା ବ୍ଲକ୍‌ର ଦୁର୍ଗମ ରାଜବାହାଲ ପଞ୍ଚାୟତର ଅନେକ ଗାଁ ଗଣ୍ଡା ସଂରକ୍ଷିତ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ରହିଥିବାବେଳେ ଅଞ୍ଚଳବାସୀ ବିଶେଷ କରି ନିଜ ପଞ୍ଚାୟତ ଭିତରେ ଜଙ୍ଗଲ ବିଭାଗ ରାସ୍ତାରେ ଗମନାଗମନ କରିଥାନ୍ତି। ଗ୍ରାମପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ କେତେକ ରାସ୍ତା ନିର୍ମାଣ ହୋଇଥିବାବେଳେ ସେସବୁର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ରାସ୍ତା ଅବସ୍ଥା ଦିନକୁଦିନ ଶୋଚନୀୟ ହେବାରେ ଲାଗିଛି। ରାଜବାହାଲ ଠାରୁ ବିଲେଇବାହାଲକୁ ଯିବା ପାଇଁ ଯେଉଁ ରାସ୍ତା ନିର୍ମାଣ ହୋଇଛି, ତାର ଆଉ କୌଣସି ଉନ୍ନତିକରଣ କରାଯାଉ ନାହିଁ। ଫଳରେ ଉଭୟ ରାଜବାହାଲ ଏବଂ ବିଲେଇବାହାଲ ସମେତ ଆଖପାଖ ଗାଁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତାଟି ଏକ ନାଳ ନିକଟରେ ଥିବାରୁ ପାଣି ଖାଇ ବିପଦଶଙ୍କୁଳ ସ୍ଥିତିରେ ରହିଛି। ଏଣୁ ରାସ୍ତାର ଯୁଦ୍ଧକାଳୀନ ମରାମତିର ଆବଶ୍ୟକତା ରହିଛି। ବିଭିନ୍ନ ଯୋଜନାରେ ଉଭୟ ପଞ୍ଚାୟତ ଏବଂ ଜଙ୍ଗଲ ବିଭାଗକୁ ସରକାରୀ ଅନୁଦାନ ଆସୁଥିବାବେଳେ ମନେରଗାରେ ମଧ୍ୟ ଏହାର ମରାମତି ହୋଇ ପାରିବ। ଏଣୁ ଏ ଦିଗରେ ଉଭୟ ଜଙ୍ଗଲ ବିଭାଗ ଏବଂ ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ରାସ୍ତାର ରକ୍ଷଣାବେକ୍ଷଣ କରିବା ଦିଗରେ ଗୁରୁତ୍ୱ ଦେବାକୁ ଦାବି ହେଉଛି। ନଚେତ୍ କେତେବେଳେ ନାଳର ପାଣିସୁଅରେ ପୋଲଟି ମଧ୍ୟ ଧୋଇଯିବା ଆଶଙ୍କା ରହିଛି।

The post ବିଲେଇବାହାଲ ରାସ୍ତା ବିପଦଶଙ୍କୁଳ, ମରାମତି ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3fnkdhG