
କଟକ: କୋଭିଡ୍ ପରୀକ୍ଷା କାଳ ହେଲା। କଟକକୁ ଚିକିତ୍ସା ପାଇଁ ଆସିଥିବା ବାଲେଶ୍ବର ଅଞ୍ଚଳର ଏକ ୬ବର୍ଷର ବାଳକର କୋଭିଡ୍ ଆଣ୍ଟିଜେନ୍ ପରୀକ୍ଷା ସମୟରେ କିଟ୍ ସିଧାସଳଖ ଯାଇ ପଶିଯାଇଥିଲା ଖାଦ୍ୟନଳୀରେ। ଗତକାଲି ସଂଧ୍ୟାରେ ଉକ୍ତ ଶିଶୁ ଏସ୍ସିବିକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଆଜି ଉକ୍ତ ଶିଶୁର ଖାଦ୍ୟନଳୀରୁ ଉକ୍ତ କୋଭିଡ୍ ଆଣ୍ଟିଜେନ୍ କିଟ୍କୁ ବାହାର କରାଯାଇଛି। ବାହାର କରାଯିବା ପରେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି।
ସୂଚନା ଅନୁସାରେ, ବାଲେଶ୍ବର ଅଂଚଳର ଏକ ଶିଶୁପୁତ୍ରକୁ ତାଙ୍କ ପରିବାରବର୍ଗ ଚିକିତ୍ସା ପାଇଁ କଟକ ଆଣିଥିଲେ। ତେବେ ଚିକିତ୍ସା ପୂର୍ବରୁ ୬ ବର୍ଷ ବାଳକର କୋଭିଡ୍ ପରୀକ୍ଷା କରାଯାଇଥିଲା। ପରୀକ୍ଷା ସମୟରେ ଆଣ୍ଟିଜେନ୍ କିଟ୍ ଅସାବଧାନତାବଶତଃ ଖାଦ୍ୟନଳୀରେ ପଶିଯାଇଥିଲା। ଫଳରେ ବାଳକଟି ଅସୁବିଧାର ସମ୍ମୁଖୀନ ହୋଇଥିଲା।
ତୁରନ୍ତ ଗତକାଲି ରାତିରେ ପରିବାରବର୍ଗ ଚିକିତ୍ସା ପାଇଁ ଏସ୍ସିବି ଆଣିଥିଲେ। କିନ୍ତୁ ରାତିରେ ବିଭିନ୍ନ ପରୀକ୍ଷା ଏଣ୍ଡୋସ୍କୋପି ହୋଇପାରିନଥିଲା, ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଆଜି ଉକ୍ତ ବାଳକର ଖାଦ୍ୟନଳୀରୁ ସଫଳତାର ସହ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଉକ୍ତ କିଟ୍କୁ ବାହାର କରାଯାଇଥିବା ଜଣାପଡିଛି। କିନ୍ତୁ ଏସ୍ସିବି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ମୁଖ୍ୟଙ୍କୁ ଯୋଗାଯୋଗ କରାଯିବାରୁ ପ୍ରତିଦିନ ଏଭଳି ଅନେକ ଘଟଣା ଆସୁଛି, କିନ୍ତୁ ଆଜି ବୈଠକରେ ବ୍ୟସ୍ତ ଥିବାରୁ ଏ ସଂପର୍କରେ ଜାଣି ନଥିବା ସୂଚନା ଦେଇଛନ୍ତି।
The post କୋଭିଡ୍ ପରୀକ୍ଷା ବେଳେ ଶିଶୁ ଖାଦ୍ୟନଳୀକୁ ପଶିଗଲା ଆଣ୍ଟିଜେନ୍ କିଟ୍ first appeared on Sambad.
from ଜିଲ୍ଲା – Sambad https://ift.tt/2NZXxsl
0 Comments