ପୁରୀ : ଶ୍ରୀମନ୍ଦିରରେ ଶନିବାର ଦିନ ବାନ୍ତି ସାଙ୍ଗକୁ ରକ୍ତଛିଟା ପଡ଼ିବାରୁ ଦୁଇ ଥର ବଡ଼ ମହାସ୍ନାନ ହୋଇଛି। ଏଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ୫ ଘଣ୍ଟା ବିଳମ୍ବ ହୋଇଥିଲା। ନୀତିକାନ୍ତି ବିଳମ୍ବ ଯୋଗୁ ସକାଳଧୂପ ଅପରାହ୍ଣ ୧ଟା ୧୦ରେ ସଂପନ୍ନ ହୋଇଛି। ଭକ୍ତମାନେ ୫ ଘଣ୍ଟା ଦର୍ଶନରୁ ବଞ୍ଚିତ ହୋଇଥିଲେ। ମହାସ୍ନାନ ନୀତି ସଂପନ୍ନ ପରେ ଦର୍ଶନ ଓ ନୀତିକାନ୍ତି ସ୍ବାଭାବିକ ହୋଇଥିଲା।

ଅବକାଶ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଧୁକୁଡ଼ି ଦ୍ବାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ମାରା ହୋଇଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିଲା। ।

ଅପରାହ୍ଣ ୧ଟା ୧୦ରେ ସକାଳ ଧୂପ ଶେଷ ହୋଇଛି କି ନାହିଁ ପୁନର୍ବାର ଜନୈକ ଭକ୍ତ ଜଗମୋହନରେ ବାନ୍ତି କରି ଦେଇଥିଲେ। ଏହି ସମୟରେ ଭକ୍ତଙ୍କ ଭିତରକାଠ ଦର୍ଶନ ଚାଲିଥିଲା। ଯେଉଁଥି ପାଇଁ ପୁନର୍ବାର ବଡ଼ ମହାସ୍ନାନ କରାଯାଇଥିଲା।

The post ଶ୍ରୀମନ୍ଦିରରେ ଦିନକରେ ୨ ଥର ବଡ଼ ମହାସ୍ନାନ first appeared on Sambad.



from ଜିଲ୍ଲା – Sambad https://ift.tt/2PHcyzW