ପାଲଲହଡା: ପାଲଲହଡ଼ା ଦେବଗଡ଼ ଡିଭିଜନ ବନ ବିଭାଗ ସ୍କ୍ୱାର୍ଡର ଚଢ଼ାଉରେ‌ ଶୁକ୍ରବାର ଦୁଇ ଚୋରା ହାତୀ ଦାନ୍ତ ଜବତ ହୋଇଛି ଓ ଦୁଇ ଜଣ ବେପାରୀ ଗିରଫ ହୋଇଛନ୍ତି।

ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଡିଭିଜନର ଏକ ସ୍କ୍ୱାର୍ଡ ଦଳ ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ହାତୀ ଦାନ୍ତ ରାକେଟକୁ ଧରିବା ପାଇଁ ଜାଲ ବିଛାଇ ଥିଲେ। ଗତକାଲି ରାତି ୯ଟା ବେଳେ ପାଲଲହଡା ବ୍ଲକ ଖେମଳା ପଂଚାୟତର ଶୁକଦେବପୁର ଗାଁ ଜଙ୍ଗଲ ନିକଟରେ ଦୁଇ ଜଣ ଯୁବକ ରାଜେଶ ବେହେରା ଓ ରାଜୁ କଣ୍ଡାଲ ଏକ ମୋଟର ସାଇକେଲ ଯୋଗେ ଦୁଇଟି ହାତୀ ଦାନ୍ତ ନେଉଥିବା ବେଳେ ସ୍କ୍ୱାର୍ଡ ଦଳ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ କରିବା ସହ ହାତୀ ଦାନ୍ତ ଜବତ କରିଥିଲା। ଜବତ ହୋଇଥିବା ହାତୀ ଦାନ୍ତର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

The post ଦେବଗଡ଼ ଡିଭିଜନ ବନ ବିଭାଗ ସ୍କ୍ୱାର୍ଡ ଚଢ଼ାଉରେ ୨ ହାତୀ ଦାନ୍ତ ଜବତ, ୨ ଜଣ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3syO6iU