କେସିଙ୍ଗା : ଏକତରଫା ପ୍ରେମକୁ ନେଇ ଜଣେ ପ୍ରେମିକ ଉନ୍ମତ୍ତ କାଣ୍ଡ ଘଟାଇଥିବାର ଖବର ମିଳିଛି। ସେ ଜଣେ ଯୁବତୀଙ୍କର ଗଳା କାଟି ଦେଇଥିବା ବେଳେ ଆକ୍ରମଣରେ ଯୁବତୀଙ୍କର ମା ମୃତ। ଗୁରୁତର ଯୁବତୀଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଅଭିଯୁକ୍ତ ତିଲକର ନାଏକ ରଞ୍ଜିତା ବାଗ ନାମକ ଯୁବତୀ ଓ ତାଙ୍କ ମା ସିନ୍ଧୁ ବାଗ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଉଭୟଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ମଧ୍ୟ ସେହି ଗାଁର। ପ୍ରାଥମିକ ତଦନ୍ତରୁ ଏକ ତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି। ମୃତକ ୫୫ ବର୍ଷୀୟା ସିନ୍ଧୁ ବାଗଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ଗୁରୁତର ଯୁବତୀ ରଞ୍ଜିତା ବାଗ ଗୁରୁତର ଅବସ୍ଥାରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
The post ଏକତରଫା ପ୍ରେମର ପରିଣତି: ଯୁବତୀଙ୍କର ଗଳା କାଟି ଦେଲା ଯୁବକ, ଆକ୍ରମଣରେ ଯୁବତୀଙ୍କର ମା’ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/2OeLXts
0 Comments