
ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ତହସିଲ ଝିଲ୍ଲୀ ଗ୍ରାମ ଠାରେ ଥିବା ପଥର ଖଣି ବନ୍ଦ କରାଯିବା ପାଇଁ ଝିଲ୍ଲୀ ଗ୍ରାମ ତରଫରୁ ଜାତୀୟ ସବୁଜ ନ୍ୟାୟାଧିକରଣ(ଏନଜିଟି)ଙ୍କ ଠାରେ ଅପିଲ କରାଯାଇଥିଲା।ଜାତୀୟ ସବୁଜ ନ୍ୟାୟାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଝିଲ୍ଲୀ ପଥରଖଣିକୁ ରାଜ୍ୟ ପ୍ରଦୂଷଣ ବିଭାଗ, କେନ୍ଦ୍ରୀୟ ପ୍ରଦୂଷଣ ବିଭାଗ, ସିଆ ବିଭାଗ, କଙ୍କଡାହାଡ଼ ତହସିଲ ଦାୟିତ୍ୱରେ ଥିବା କାମାକ୍ଷାନଗର ତହସିଲଦାର ସଞ୍ଜୟ କୁମାର ରାଉତ ପ୍ରମୁଖ ପରିଦର୍ଶନ କରିଥିଲେ।
ଏହାପରେ ଅଧିକାରୀମାନେ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଏହା ଏକ ବିଚାର ବିଭାଗୀୟ ତଦନ୍ତ ହେଉଥିବାରୁ ଆସିଥିବା ଅଧିକାରୀ କିଛି ମନ୍ତବ୍ୟ ଦେବାକୁ ମନା କରିଥିଲେ।ଖଣି ପରିଦର୍ଶନ ଓ ଗ୍ରାମବାସୀଙ୍କ ସହିତ ହେଇଥିବା ସମସ୍ତ ତଥ୍ୟ ଜାତୀୟ ସବୁଜ ନ୍ୟାୟାଧିକରଣ(ଏନଜିଟି)ଙ୍କୁ ଦେବା ପାଇଁ କହିଥିଲେ।ଗ୍ରାମବାସୀ ଆସିଥିବା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ଏହି ଖଣିରେ ହେଉଥିବା ବ୍ଳ।ଷ୍ଟିଂ ଦ୍ୱାରା ଗ୍ରାମର ଘର ଫାଟି ଯାଉଛି।ଖଣିରୁ ଉଡ଼ୁଥିବା ଧୂଳି ପାଣିରେ ପଡ଼ିବା ଦ୍ୱାରା ଗାଁର ଅଧିକାଂଶ ଲୋକ କିଡିନି ରୋଗ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ।
The post ପଥରଖଣି ପରିଦର୍ଶନ କଲେ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ first appeared on Sambad.from ଜିଲ୍ଲା | Sambad https://ift.tt/3tKimqV
0 Comments