
ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ମହୁଲପଦା ଥାନା ଅନ୍ତର୍ଗତ ଅନୁଗୁଳ ଗ୍ରାମ ନିକଟସ୍ଥ ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ ଶାବଳରେ ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆଜି ସକାଳେ ଖବର ପାଇ ମହୁଲପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ପ୍ରାରମ୍ଭିକ ସୂଚନା ମୁତାବକ କ୍ୟାମ୍ପରେ ରହୁଥିବା ଅର୍ଜୁନ ଦେହୁରୀ ଓ ଦେବରାଜ ନାଏକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତ ରାତିରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅର୍ଜୁନ ଏକ ଶାବଳରେ ଭୁସି ଦେବରାଜକୁ ହତ୍ୟା କରିଥିଲା । ପୁଲିସ ଅଭିଯୁକ୍ତ ଅର୍ଜୁନକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି।
The post ଯୁବକଙ୍କୁ ଶାବଳରେ ଭୁସି ହତ୍ୟା first appeared on Sambad.
from ଜିଲ୍ଲା | Sambad https://ift.tt/38Z5gOB
0 Comments