ପୁରୀ: ଗତକାଲି ଶ୍ରୀମନ୍ଦିର ଚାରିପାଖରେ ଏନଏସଜି‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ କରାଯିବା ପରେ ଆଜି ମଧ୍ୟ ଯାଞ୍ଚ୍ କରାଯାଉଛି। ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଫଟୋ ଉତ୍ତୋଳନ କରାଯାଇଛି। ଆଜି ଭୋର ସମୟରୁ ଏନ୍‌ଏସ୍‌ଜିର ତିନିଜଣିଆ ଟିମ୍‌ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ୍‌ କରିଛନ୍ତି। ଏଥିରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକ ସହଯୋଗ କରିଛନ୍ତି।

ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସଂପର୍କରେ ଏନଏସଜି ଟିମକୁ ବିସ୍ତୃତ ଭାବେ ଅବଗତ କରାଇଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି ଓ ଆଗକୁ ସୁରକ୍ଷା ପ୍ରାଚୀର ନିର୍ମାଣ ହେଲେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ତାହା ଉପରେ ଆଲୋଚନା କରାଯାଇଛି।

The post ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଫଟୋ ଉତ୍ତୋଳନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ କଲା ଏନ୍‌ଏସ୍‌ଜି first appeared on Sambad.

from ଜିଲ୍ଲା | Sambad https://ift.tt/3vBHe67