ନୀଳଗିରି: ଏମିତି ବି ଆସେ ମୃତ୍ୟୁ। ପୁରୀରୁ ଫେରୁଥିବା ବେଳେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ନୀଳଗିରି ଥାନା ନିମ୍ବପାଳ ଛକ ନିକଟରେ କାର୍ ଭିତରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳର ମଣ୍ଟୁ ପାତ୍ର ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ଦୁଇ ଦିନ ପୂର୍ବରୁ ମଣ୍ଟୁ କିଛି ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବୁଲାବୁଲି କରି ଫେରୁଥିଲେ। ନୀଳଗିରିରୁ ବାରିପଦା ଫେରୁଥିବା ବେଳେ ବାଟରେ ଯୁବକଜଣକ ହଠାତ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ମଣ୍ଟୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମଣ୍ଟୁଙ୍କ ଏପରି ଅସ୍ୱାଭାବିକ ମୃତ୍ୟୁକୁ ନେଇ ତାଙ୍କ ସାଙ୍ଗମାନେ ସ୍ତବ୍ଧ ହୋଇଯାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କଲାପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
The post ଏମିତି ବି ଆସେ ମୃତ୍ୟୁ: ପୁରୀରୁ ଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଥିବା ବେଳେ କାର୍ ଭିତରେ ଚାଲିଗଲା ଯୁବକଙ୍କ ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/3qjAAxl
0 Comments