
ରାଉରକେଲା: ଆଇଜିଏଚ ସୁପରସ୍ପେସାଲିଟି ହସପିଟାଲ ଉଦଘାଟନକୁ ନେଇ ବିଜେଡିର ପ୍ରତିବାଦ ତୀବ୍ର ହେଉଛି। କେନ୍ଦ୍ରକୁ ରାଜ୍ୟ ଇସ୍ପାତ ମନ୍ତ୍ରୀଙ୍କ ଚିଠିପରେ ଆଜି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିଜେପି ଉପରେ ବର୍ଷିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁପର ସ୍ପେସିଆଲିଟି ହସପିଟାଲ ନାଁ ରେ କେବଳ ଏକ କୋଠାକୁ ଉଦଘାଟନ କରାଯାଉଛି।
ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ କରାଯାଇନି। କେବଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ରାଉରକେଲାବାସୀଙ୍କ ଭାବନା ସହ ଖେଳୁଛନ୍ତି। ୨୦୧୫ ଏପ୍ରିଲ ପହିଲାରେ ଖୋଦ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜ ସହ ସୁପରସ୍ପେସାଲିଟି ହସପିଟାଲ ନେଇ ଘୋଷଣା କରିଥିଲେ ମଧ୍ୟ ତାକୁ ପୂରଣ କରାଯାଉନାହିଁ । କେନ୍ଦ୍ରର ରାଉରକେଲା ବିରୋଧୀ ନୀତି କୁ ତୀବ୍ର ବିରୋଧ କରାଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।
The post ବ୍ୟାପକ ହେଉଛି ସୁପରସ୍ପେସାଲିଟି ହସପିଟାଲ ରାଜନୀତି: କେନ୍ଦ୍ର ବିରୋଧରେ ବର୍ଷିଲେ ବିଧାୟକ ସାରଦା ନାୟକ first appeared on Sambad.from ଜିଲ୍ଲା | Sambad https://ift.tt/3eMHtFq
0 Comments