
ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା ଦେଖା ଦେଇଛି। ଯୁକ୍ତ ତିନ ଦ୍ୱିତୀୟ ବର୍ଷର ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀମାନଙ୍କ ସେକେଣ୍ଡ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବା ନେଇ ଉତ୍ତେଜନା ଲାଗିରହିଛି। କଲେଜ ମୁଖ୍ୟ ଫାଟକ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ ।
କରୋନା ସମୟରେ ସେକେଣ୍ଡ ସେମିଷ୍ଟାର ପରୀକ୍ଷା ହୋଇ ନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ର କରି ଅଶାନ୍ତି ଦେଖା ଦେଇଛି। ଗତକାଲି ସେକେଣ୍ଡ ସେମିଷ୍ଟାର ପରୀକ୍ଷାର ରେଜଲ୍ଟ ବାହାରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀମାନଙ୍କର ବ୍ୟାକ ରହିଥିଲା ତାକୁ ନେଇ ଉତ୍ତେଜନା ଦେଖାଦେଇଛି।
ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଯାହାର ପ୍ରଥମ ସେମିଷ୍ଟାର ବ୍ୟାକ ଥିଲା ତାଙ୍କର ସେକେଣ୍ଡ ସେମିଷ୍ଟାର ବ୍ୟାକ କରାଯାଇଛି। ତେବେ ଅଧ୍ୟକ୍ଷ କହିଛନ୍ତି ସରକାର ନିୟମାନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି। ତେବେ ଛାତ୍ର ଅଶାନ୍ତି ଦେଖି ପଦକ୍ଷେପ ନିଆଯିବ।
The post ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା first appeared on Sambad.from ଜିଲ୍ଲା | Sambad https://ift.tt/2NwuTz2
0 Comments