ସମ୍ବଲପୁର : ଭିମ୍‌ସାରରେ ପୁଣି ରାଗିଂ ଅଭିଯୋଗ। ଗୋଟିଏ ବର୍ଷରେ ଆସିଲାଣି ୪ଟି ଅଭିଯୋଗ। କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାବେଳେ ଆଜି ନେସ୍‌ନାଲ ଆଣ୍ଟି‌ ରାଗିଂ ସେଲ୍‌ରେ ପୁଣି ଗୋଟିଏ ନୂଆ ଅଭିଯୋଗ ଆସିଛି। ନିର୍ଯାତନାର ଶିକାର ହୋଇଥିବା କନିଷ୍ଠ ଛାତ୍ରମାନେ ସୋମବାର ଦିନ ନେସ୍‌ନାଲ ଆଣ୍ଟି‌ ରାଗିଂ ସେଲ୍‌ରେ ଅଭିଯୋଗ କରିଛନ୍ତି। ଭିମ୍‌ସାରର ଡିନ୍ ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା। ପୂର୍ବରୁ ରାଗିଂ ଅଭିଯୋଗର ତଦନ୍ତ ରିପୋର୍ଟର ତର୍ଜମା କରାଯାଇଥିଲା। ତର୍ଜମା ପରେ ମେଡିକାଲ କଲେଜ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ସହିତ ମୋଟ ୧୮ ଜଣଙ୍କୁ ୫୪ ହଜାର ଟଙ୍କା ଅର୍ଥଦଣ୍ଡ ଦିଆଯାଇଛି। ଏହି ଅର୍ଥ ଦଣ୍ଡ ତୁରନ୍ତ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ କରିବାକୁ ସତର୍କ କରାଇ ଦିଆଯାଇଛି।

ଏ ସଂକ୍ରାନ୍ତରେ ଭିମ୍‌ସାର ଡିନ୍ ତଥା ଅଧ୍ୟକ୍ଷ ଡାକ୍ତର ଜୟଶ୍ରୀ ଦୋରାଙ୍କୁ ପଚାରିବାରୁ ଅର୍ଥଦଣ୍ଡ ପାଇଁ ଆଜି ନୋଟିସ୍ ଜାରି କରାଯାଇଛି ବୋଲି କହିଥିବା ବେଳେ ନୂଆ ରାଗିଂ ଘଟଣାକୁ ଅସ୍ବୀକାର କରିଛନ୍ତି।

The post ଭିମ୍‌ସାରରେ ପୁଣି ରାଗିଂ ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3sjahti