ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ଵିନିକା ବ୍ଳକ ଅନ୍ତର୍ଗତ ଯୁଲୁଣ୍ଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଯୁଲୁଣ୍ଡା ଗ୍ରାମରେ ଆଜି ଝିଅବିଦା ସମୟରେ ନବବଧୂର ଚାଲିଗଲା ପ୍ରାଣ।

ସୂଚନା ଅନୁସାରେ ଗତକାଲି ଯୁଲୁଣ୍ଡା ଗ୍ରାମର ରୋଜି ସାହୁ ଓ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁର ଵିଶିକେଶନ ସାହୁଙ୍କ ବାହାଘର ଧୁମଧାମରେ ସରିଥିଲା। ଝିଅ ରୋଜିଙ୍କୁ ବିଦା କରିବା ସମୟରେ ହଠାତ ଝିଅ ଅସୁସ୍ଥ ହୋଇ ପଡ଼ି ଚେତାଶୂନ୍ୟ ହୋଇ ଯାଇଥିଲେ। ଏହାପରେ ରୋଜିଙ୍କୁ ସେଠାରୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ନବବଧୂଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ବର୍ତ୍ତମାନ ଶଵ ବ୍ୟବଚ୍ଛେଦ କରିବା ପାଇଁ ପୁଲିସର ତଦନ୍ତ ଚାଲିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କିଛି ମାସ ପୂର୍ବରୁ ରୋଜିଙ୍କର ବାପା ଇହଧାମ ତ୍ୟାଗ କରିଥିଲେ। ଏଥିପାଇଁ ଝିଅ ମାନସିକ ଚାପରେ ରହି ଆସୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଣୁ ରୋଜିଙ୍କର ବାହାଘର ତାଙ୍କର ମାମୁଘର ପରିବାର ଓ ଗ୍ରାମର ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା କରାଯାଇଥିଲା।

The post ଶାଶୁଘରକୁ ବିଦା ସମୟରେ ନବବଧୂଙ୍କ ହୃଦଘାତରେ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3ri48wI