କଟକ : କାମାକ୍ଷାନଗର ଥାନାରେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କୁ ଜାତିଆଣ ଆକ୍ଷେପ ଓ ନିର୍ଯାତନା ଅଭିଯୋଗର ପୁଲିସ ଡିଜି ତଦନ୍ତ କରିବେ। ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌.କେ.ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦, ନଭେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କୁ କାମାକ୍ଷାନଗର ଥାନାରେ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ରହିଥିଲା। ଏକ ଜମି ବିବାଦ ଘଟଣାକୁ କେନ୍ଦ୍ରକରି ପୁଲିସ୍‌ ଥାନାକୁ ଡାକି ନିର୍ଯାତନା ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ। ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ଗୃହ ସଚିବ, ପୁଲିସ ଡିଜି, ଢେଙ୍କାନାଳ ଏସପି, କାମାକ୍ଷାନଗର ଥାନା ଅଧିକାରୀ ଅଭିନବ ଡାଳୁଆଙ୍କୁ ପକ୍ଷଭୁକ୍ତ କରି ଆବେଦନକାରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଓ ପି.କେ.ସାହୁ ମାମଲା ପରଚାଳନା କରୁଥିଲେ।

The post କାମାକ୍ଷାନଗର ଥାନାରେ ନିର୍ଯାତନା ଅଭିଯୋଗ : ତଦନ୍ତ ପାଇଁ ଡିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3lXwVol