ନାଲକୋନଗର: ଆଜକୁ ୧୦ଦିନ ତଳେ ଅନୁଗୁଳ ଜିଲ୍ଲାର ବନରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁ ତେନ୍ତୁଳିପଶି ସ୍କୁଲ ପଛ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ବିଲରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ଆଜି ପୁଣି କୁକୁଡାଙ୍ଗ ବ୍ରିଜ ତଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ସକାଳୁ କୁକୁଡାଙ୍ଗ ଗ୍ରାମର ଯୁବକମାନେ ଶୌଚ ହେବାକୁ ଯାଉଥିବା ବେଳେ ଉକ୍ତ ନବଜାତ ଶିଶୁ ପୁତ୍ରକୁ ଦେଖିଥିଲେ। ଶିଶୁ ପୁତ୍ରଟି ଏକ ଲୁଗାରେ ଗୁଡ଼ାଇ ହୋଇ ବ୍ୟାଗ ଭିତରେ ପଶି ପାଣିରେ ଭାସୁଥିଲା। ପାଣି ସ୍ରୋତରେ ବ୍ୟାଗ ଭିତରୁ ବାହାରି ପଡ଼ିବାରୁ ଏହା ଯୁବକମାନଙ୍କ ଦୃଷ୍ଟିରେ ପଡ଼ିଥିଲା। ପରେ ବ୍ରିଜ ପଟ ଦେଇ ଯାଉଥିବା ବାଟୋଇମାନେ ରୁଣ୍ଢ ହୋଇ ଯାଇଥିଲେ। ସଦ୍ୟ ନବଜାତ ଶିଶୁ ପୁତ୍ରଟିର ନାଭି କଟା ହୋଇଥିଲା ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

The post ୧୦ ଦିନ ଭିତରେ ଦ୍ବିତୀୟ, କୁକୁଡ଼ାଙ୍ଗ ଅଞ୍ଚଳରୁ ପୁଣି ନବଜାତ ଶିଶୁ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3eoiEiO