କଟକ : ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲିପଡ଼ିଥିବା ଡାକ୍ତର ପଦବି ପୂରଣ ପ୍ରସଂଗରେ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ନିକଟରୁ ଜବାବ ତଲବ କରିଛନ୍ତି। ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବି ପୂରଣ ପ୍ରସଂଗ ଏବେ କ’ଣ ସାନି ସ୍ଥିତି ରହିଛି, ସେ ନେଇ ସ୍ବାସ୍ଥ୍ୟ ବିଭାଗ ଅବଗତ କରିବ। ଏ ସଂପର୍କିତ ଷ୍ଟାଟସ୍ ରିପୋର୍ଟ ସତ୍ୟପାଠ ମଧ୍ୟମରେ ମେ ୫ ତାରିଖ ପୂର୍ବରୁ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିତ୍ତରଂଜନ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୮କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ସରକାରୀ ଚିକିତ୍ସାଳୟ ଗୁଡିକରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ପୂରଣ କରାଯାଉନାହିଁ। ଫଳରେ ରୋଗୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦର୍ଶାଇ ଶ୍ରୀ ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି।

The post ସରକାରୀ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପ୍ରସଂଗ : ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3cne82J