
ରାଷ୍ଟ୍ରପତିଙ୍କ ଗସ୍ତବେଳେ ବି କ୍ୟାମ୍ପସ୍ରେ ଥିଲେ ଆକ୍ରାନ୍ତ
ରାଷ୍ଟ୍ରପତି ଭବନକୁ ଅବଗତ କରିଥିଲେ ତ?
ରାଉରକେଲା : ଯାହା ଆଶଙ୍କା କରାଯାଉଥିଲା, ତାହା ଆଜି ସତ୍ୟରେ ପରିଣତ ହୋଇଛି। ସ୍କୁଲ କଲେଜ ଖୋଲିବାପରେ କରୋନା ସଂକ୍ରମଣ ନେଇ ଯେଉଁ ଡର ରହିଥିଲା, ଆଜି ତାହା ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ସ୍ପଷ୍ଟ ବାରି ହୋଇପଡ଼ିଛି। ଗତ ଦୁଇ ସପ୍ତାହ ଭିତରେ ଏନଆଇଟିର ୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଗତ ୧୦ ତାରିଖରେ ଜଣେ ପିଏଚ୍ଡି ଛାତ୍ର, ୧୫ ତାରିଖରେ ମହାରାଷ୍ଟ୍ର ଫେରନ୍ତା ତୃତୀୟ ବର୍ଷ ଛାତ୍ର ଓ ୨୨ ତାରିଖରେ ଜଣେ ତୃତୀୟ ବର୍ଷ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରୀକ୍ଷାର ଆଳ ଦେଖାଇ ଯେ କୌଣସି ପରିସ୍ଥିତିରେ ଅନୁଷ୍ଠାନରେ ଯୋଗଦେବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି, କିନ୍ତୁ ତଦନୁଯାୟୀ ସତର୍କତାମୂଳକ ପଦକ୍ଷେପ ନିଆଯାଉନଥିବା ନାମ ଗୋପନ ରଖିବା ସର୍ତ୍ତରେ ଛାତ୍ରଛାତ୍ରୀ ସୂଚନା ଦେଇଛନ୍ତି।
ତେବେ ଯାହା ସମସ୍ତଙ୍କ ନିଦ ହଜାଇଦେଇଛି, ତାହା ହେଲା ସଂକ୍ରମଣ ରୋକିବାକୁ ଏନ୍ଆଇଟି କର୍ତୃପକ୍ଷଙ୍କ ବେପରୁଆ ମନୋଭାବ। ସବୁଠାରୁ ଗୁରୁତର ଅବହେଳା, ରାଷ୍ଟ୍ରପତିଙ୍କ ଗସ୍ତ ଦିନ, ଅର୍ଥାତ୍ ଗତ ୨୧ ତାରିଖରେ ମଧ୍ୟ ଦୁଇ ଦୁଇ ଜଣ ଆକ୍ରାନ୍ତ କ୍ୟାମ୍ପସ୍ ଭିତରେ ଥିଲେ। ସେତେବେଳେ ଉଭୟଙ୍କୁ ଭିନ୍ନ ଭିନ୍ନ ହଲ୍ରେ ରଖାଯାଇଥିଲା। ଏବେ ଚର୍ଚ୍ଚା ହେଲାଣି, କୁଆଡ଼େ ରାଷ୍ଟପ୍ରତି ଭବନକୁ ମଧ୍ୟ ଏନେଇ ଅନ୍ଧାରରେ ରଖାଯାଇଥିଲା। ଏବେ ସାଧାରଣରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଙ୍କିମାରିଲାଣି। କ୍ୟାମ୍ପସ୍ ଭିତରେ ଦୁଇ ଆକ୍ରାନ୍ତ ଥିବା ନେଇ ରାଷ୍ଟ୍ରପତି ଭବନଙ୍କୁ ଅବଗତ କରାଯାଇଥିଲା କି? ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ଆକ୍ରାନ୍ତଙ୍କୁ ଢ଼େର୍ ପୂର୍ବରୁ ହସପିଟାଲକୁ ସ୍ଥାନାନ୍ତର କରାଗଲାନି କାହିଁକି? ଦେଶର ପ୍ରଥମ ନାଗରିକଙ୍କ ସୁରକ୍ଷାରେ ଏଭଳି ଅବହେଳା କ’ଣ ପାଇଁ? ପୁଣି ଛାତ୍ରଛାତ୍ରୀଙ୍କୁ କୋଭିଡ୍ ମୁକ୍ତ କ୍ୟାମ୍ପସ୍ର ମିଛ ସୂଚନା ଦେଇ ଆସିବାକୁ ବାଧ୍ୟ କରାଗଲା କାହିଁକି? ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଏନ୍ଆଇଟି କର୍ତୃପକ୍ଷ କିନ୍ତୁ ଉଚିତ ମଣିନାହାନ୍ତି।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଅନୁଷ୍ଠାନର ଏସ୍.ଏସ.ଭଟ୍ଟନାଗର ହଲ୍ରେ ରହୁଥିବା ଜଣେ ପିଏଚ୍ଡି ଛାତ୍ର ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେହିଭଳି ଗତ ୧୫ ତାରିଖରେ ମହାରାଷ୍ଟ୍ର ଫେରନ୍ତା ଜଣେ ତୃତୀୟ ବର୍ଷ ଛାତ୍ର ରାଉରକେଲା ରେଳ ଷ୍ଟେସନରେ ଯାଞ୍ଚବେଳେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଛାତ୍ର ଜଣକ ଆଜି ପର୍ଯ୍ୟନ୍ତ ଭର୍ଗିଜ୍ କୋରିଆନ ହଲ୍ରେ ରହୁଥିଲେ। ତେବେ ଗତ ୨୨ ତାରିଖ ଦିନ ତୃତୀୟ ବର୍ଷର ଜଣେ ଛାତ୍ର ସଂକ୍ରମିତ ଥିବା ସ୍ବାବ୍ ପରୀକ୍ଷାରୁ ଜଣାପଡ଼ିଥିଲା। କିରଣ ମଜୁମଦାର ସ’ ହଲ୍ରେ ରହୁଥିବା ଛାତ୍ରୀ ସ୍ଥାନୀୟ ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ୍)ରେ ଆର୍ଟିପିସିଆର୍ ପରୀକ୍ଷାରେ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ତିନିଜଣଙ୍କୁ ଆଜି ସନ୍ଧ୍ୟାରେ ଏକ ଗେଷ୍ଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି।
The post ଏନ୍ଆଇଟିରେ କାୟାବିସ୍ତାର କରୁଛି କରୋନା! ଦୁଇ ସପ୍ତାହରେ ୩ ସଂକ୍ରମିତ first appeared on Sambad.from ଜିଲ୍ଲା | Sambad https://ift.tt/31esI6v
0 Comments