ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ କାଜୁ ଜଙ୍ଗଲରୁ ଜଣେ ଅଚିହ୍ନା ମହିଳାଙ୍କ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି  ପୁଲିସ। ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁରରୁ ନଣ୍ଡାଇଲୋ ଯିବା ରାସ୍ତାର ବାଲିଆପଠା କାଜୁ ଜଙ୍ଗଲ ରାସ୍ତାରେ ସ୍ଥାନୀୟ ଲୋକେ ଯାଉଥିବା ସମୟରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଯାଇ ଦେଖିବାରୁ ଏକ ମହିଳାଙ୍କ ଗଳିତ ଶବ ଦୁର୍ଗନ୍ଧ ବହୁଥିବା ଜାଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗଳିତ ଶବକୁ ଜବତକରି ଘଟଣାର ଅନୁଧ୍ୟାନ କରୁଥିବା ବେଳେ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ମହିଳା ଜଣଙ୍କୁ କେହି ହତ୍ୟାକରି ୩ରୁ ୪ ଦିନ ତଳେ ଏହି କାଜୁ ଜଙ୍ଗଲରେ ଆତ୍ମହତ୍ୟାର ରୂପ ଦେବାପାଇଁ କାଜୁ ଗଛରେ ଟଙ୍ଗାଇଥିବା ପୁଲିସ ସନ୍ଦେହ କରିଛି।

ତେବେ ଗଳିତ ମହିଳାଙ୍କ ଶବଟି ପଚିସଢ଼ି ଯାଇଥିବା ବେଳେ ପ୍ରବଳ ଦୁର୍ଗନ୍ଧ ବାହୁରୁଥିବାରୁ ଶବ ନିକଟକୁ ଯିବା ଅସମ୍ଭବ ହୋଇପଡ଼ିଛି। ଗଳିତ ଶବ ନିକଟରୁ ଗୋଟିଏ ବ୍ୟାଗରେ କିଛି ଲୁଗାପଟା ଥିବା ଦେଖିବାକୁ ମିଳିଛି ମହିଳାଙ୍କ ପରିଚୟ ମିଳି ପାରିନାହିଁ। ତେବେ କନ୍ଦରପୁର ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଥିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

The post ଆଠଗଡ଼ କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3bihyDB