ନୂଆପଡ଼ା/ସିନାପାଲି/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘର ଉପରେ ଗୁରୁବାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଭିଜିଲାନ୍ସ ଏକା ସାଙ୍ଗରେ ଖଡ଼ିଆଳସ୍ଥିତ ତାଙ୍କ ସରକାରୀ ବାସଭବନ, ପୈତୃକ ଗ୍ରାମ ନିଲଜି ଏବଂ ମାମୁଘର ନେହେନାଠାରେ ଚଢ଼ାଉ କରିଥିବା ସୂଚନା ରହିଛି। ମାଲକାନଗିରି ଡିଏସପି ଏସ.କେ.ବିଶ୍ବାଳଙ୍କ ନେତୃତ୍ବରେ ନବରଙ୍ଗପୁର ଭିଜଲାନ୍ସ ଅଧିକାରୀ କଳାବତୀ ବାଗ, ଭୀମସେନ ପୂଜାରୀ ସହ ଅନେକ କର୍ମଚାରୀ ମିଶି ଏହି ସବୁ ସ୍ଥାନରେ ଚଢ଼ାଉ କରିଛନ୍ତି।

The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡ଼ିଆଳ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.

from ଜିଲ୍ଲା | Sambad https://ift.tt/3trtuJ6