
କଟକ: ସିଏମ୍ସି ୱାର୍ଡ ନମ୍ବର ୩୬ର ରକ୍ସି ଲେନ୍ ସ୍ଥିତ ଆଳି କମ୍ପାଉଣ୍ଡରେ ଜାଇକା ଅଧାପନ୍ତରିଆ କାମକୁ ସ୍ଥାନୀୟ ବାସିନ୍ଦା କରିବା ଖବର ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ଜାଇକା ଓ ସିଏମସି ପକ୍ଷରୁ ଅଞ୍ଚଳରେ କାମ ଆରମ୍ଭ ହୋଇଛି। ଅଞ୍ଚଳର ଡ୍ରେନ ଗୁଡିକରୁ ସିଏମସି ପକ୍ଷରୁ ମାଟି ସଫେଇ କାମ ଆରମ୍ଭ ହୋଇଥିବା ବେଳେ ଜାଇକାର ଚ୍ୟାମ୍ବର କାମ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ଗତ ୫ ମାସରୁ ଅଧିକ ଦିନ ହେବ ଜାଇକା କାମ କରୁଥିବା ବେଳେ ଚ୍ୟାମ୍ବର ଓ ରାସ୍ତାକୁ ସମତଳ ନକରି ପଳାଇଥିଲା। ଏଥିରେ ଅନେକ ଦୁର୍ଘଟଣା ଘଟିବା ସହିତ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଦୀର୍ଘ ଦିନ ଧରି ଜାଇକା ପକ୍ଷରୁ ଚ୍ୟାମ୍ବର ସ୍ଲାବ୍ ଓ ରାସ୍ତାକୁ ସମତଳ କରାନଯିବାରୁ ସ୍ଥାନୀୟ ବାସିନ୍ଦା ମାଟି, ବାଲି ଓ ପାଣି ପକାଇ ଏହାକୁ ଗତକାଲି ସମତଳ କରିଥିଲେ।
ଅନ୍ୟପଟେ ଜାଇକା କାମରେ ଅଞ୍ଚଳ ଡ୍ରେନ ଗୁଡିକ ମାଟିରେ ପୋତି ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଘରୁ ପାଣି ନିଷ୍କାସନ ନହୋଇ ମାସ ମାସ ଧରି ଜମି ରହୁଥିଲା। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଜାଇକା ଓ ସିଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଲେ ବି କୌଣସି ସୁଫଳ ମିଳିନଥିଲା। ନାଳ ସଫେଇକୁ ନେଇ ଜାଇକା ଓ ସିଏମସି ପରସ୍ପର ଉପରକୁ ଦାୟିତ୍ବ ଖସାଇ ଦେବାକୁ ଉଦ୍ୟମ କରୁଥିଲେ। ଆଜି ଅଞ୍ଚଳବାସୀଙ୍କ ଉକ୍ତ ସମସ୍ୟା ସମ୍ବାଦରେ ପ୍ରକାଶ ପାଇବା ପରେ ସିଏମସି ପକ୍ଷରୁ ଅଞ୍ଚଳର ଡ୍ରେନ ଗୁଡିକରୁ ମାଟି ସଫେଇ କାମ ଆରମ୍ଭ ହୋଇଥିବାର ଅଞ୍ଚଳବାସୀ ସୂଚନା ଦେଇଛନ୍ତି।
The post ଖବର ପ୍ରକାଶନ ପରେ ସିଏମ୍ସି ଆରମ୍ଭ କଲା ଡ୍ରେନ୍ ସଫେଇ first appeared on Sambad.
from ଜିଲ୍ଲା – Sambad https://ift.tt/37ZViMK
0 Comments