
ରାଇରଙ୍ଗପୁର : ବିଜେଡି ଛାଡ଼ିବାର ଦିନକ ପରେ ଶନିବାର ଜେଏମ୍ଏମ୍ରେ ଯୋଗ ଦେଇଛନ୍ତି ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦା। ଶନିବାର ଦିନ ରାଇରଙ୍ଗପୁର ବ୍ଲକ୍ ପଡ଼ିଆରେ ଆୟୋଜିତ ଜେଏମ୍ଏମ୍ ପ୍ରଦେଶ କମିଟି କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବରେ ଶ୍ରୀ ହାଁସଦା ଦଳରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଝାଡ଼ଖଣ୍ତର କ୍ୟାବିନେଟ ମନ୍ତ୍ରୀ ତଥା ଦଳର କେନ୍ଦ୍ରୀୟ କମିଟି ଉପାଧ୍ୟକ୍ଷ ଚାମ୍ପାଇ ସୋରେନ, ମୁଖ୍ୟବକ୍ତା ଭାବେ ଝାଡ଼ଖଣ୍ତର ପୋଟକା ନିର୍ବାଚନ ମଣ୍ତଳୀର ବିଧାୟକ ସଞ୍ଜୀବ ସର୍ଦ୍ଦାର, ସମ୍ମାନିତ ଅତିଥି ଭାବେ ବହରାଗୋଡ଼ା ନିର୍ବାଚନ ମଣ୍ତଳୀର ବିଧାୟକ ସମୀର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଅଞ୍ଜନି ସୋରେନ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ଦଳୀୟ ନେତୃବୃନ୍ଦ।
The post ଜେଏମ୍ଏମ୍ରେ ଯୋଗଦେଲେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା first appeared on Sambad.from ଜିଲ୍ଲା | Sambad https://ift.tt/30Z9H7X
0 Comments