ଟାଟା‌ ମୋଟର୍ସରେ ଚାକିରି ନାଁରେ ଠକେଇ: ବିଧାୟକ ପ୍ରଦୀପଙ୍କ ନାଁରେ ଆଉ ଏକ ମାମଲା

ଗୋଳନ୍ଥରା : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଭି. ସର୍ବେଶ୍ବର ରାଓଙ୍କ ନାମରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହାକୁ ମିଶାଇ ଆଜି ସୁଦ୍ଧା ଏହି ଥାନାରେ ବିଧାୟକଙ୍କ ନାମରେ ଚାରିଟି ମାମଲା ରୁଜୁ ହୋଇ ସାରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ ତଥା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଝିଗାଁର ବି. ଶିବ ପାତ୍ର ବିଧାୟକଙ୍କ ବିରୋଧରେ ଏକ ଏତଲା ଦେଇଛନ୍ତି। ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ସେ ବିଧାୟକଙ୍କୁ ଗତ ୨୦୧୯ ଅକ୍ଟୋବର ୨୦ରେ ବ୍ରହ୍ମପୁରସ୍ଥିତ ତାଙ୍କ ବାସଭବନରେ ୩ଲକ୍ଷ ଟଙ୍କା ଦେଇଥିଲେ। ଏଥିପାଇଁ ବିଧାୟକଙ୍କ ସହଯୋଗୀ ସର୍ବେଶ୍ବର ତାଙ୍କୁ ପ୍ରବର୍ତ୍ତାଇଥିଲେ। କିନ୍ତୁ ଚାକିରି ମିଳି ନ ଥିଲା ଏବଂ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଗତ ୨୦ ତାରିଖରେ ସେ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ ଏହାକୁ ଭିତ୍ତି କରି କେସ୍ ନମ୍ବର ୧୨୦ ଅନୁସାରେ ଏକ ଠକେଇ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।

The post ଟାଟା‌ ମୋଟର୍ସରେ ଚାକିରି ନାଁରେ ଠକେଇ: ବିଧାୟକ ପ୍ରଦୀପଙ୍କ ନାଁରେ ଆଉ ଏକ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/3vaf3dq

Post a Comment

0 Comments