ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ

ଯାଜପୁର: ଏମିତି ବି ଆସେ ମୃତ୍ୟୁ । ସ୍ବାମୀର ମୃତ୍ୟୁ ଖବର ପାଇ ଚାଲିଗଲା ସ୍ତ୍ରୀର ଜୀବନ। ଗାଁ ଶ୍ମଶାନରେ ଏକାକୀ ଜଳିଲା ଜୁଇ।
ମହେଶ୍ବରପୁର ପଂଚାୟତ ମହେଶ୍ବରପୁର ଗ୍ରାମର ଉଦୟ ନାଥ ଷଡଙ୍ଗୀ (୬୨) ଗତକାଲି ରାତିରେ ବ୍ରେନ ଷ୍ଟୋକ୍ ହେବାରୁ କଟକ ବଡ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀ ଅମ୍ବିକା(୫୫)ଙ୍କ ହୃଦଘାତ ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ଉଦୟନାଥଙ୍କର ହରିପୁର ଛକରେ ଏକ ଦୋକାନ ରହିଥିବା ଵେଳେ ଗତକାଲି ସେ ଦୋକାନ ବନ୍ଦ କର ଘରକୁ ଯିବା ସମୟରେ ଅସୁସ୍ଥ ହୋଇ କଟକ ସ୍ଥାନାନ୍ତର ହୋଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

The post ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/31IzVfl

Post a Comment

0 Comments