
ଡେଲାଙ୍ଗ : କଂଗ୍ରେସର ଜାତୀୟ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ଧର୍ମପତ୍ନୀ ବନ୍ଦନା ମଙ୍ଗରାଜ, ୨ ପୁଅ ଅଭିଳାଷ ଓ ଆଶୁତୋଷଙ୍କ ସହ ଫୋନ୍ରେ କଥା ହେବା ସହିତ ଶୋକ ସନ୍ତପ୍ତ ପରିବାର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହିଭଳି ଏକ ସଂକଟ ସମୟରେ କଂଗ୍ରେସ ଦଳ ତାଙ୍କ ପରିବାର ସହ ରହିଛି ଓ ଆଗକୁ ମଧ୍ୟ ରହିବ ବୋଲି ରାହୁଲ ଶ୍ରୀମତୀ ମଙ୍ଗରାଜଙ୍କୁ କହିଛନ୍ତି। ଏଥିସହିତ, ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଆଜି ଦିନ ୧୧ଟାରୁ ୧୧.୩୦ ମିନିଟ୍ ମଧ୍ୟରେ ରାହୁଲ ସ୍ବର୍ଗତଃ ଅଜିତ ମଙ୍ଗରାଜଙ୍କ ପରିବାର ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନରେ ଅଜିତ ମଙ୍ଗରାଜ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ବିତା କରୁଥିଲେ । ମତଦାନର ତିନିଦିନ ପୂର୍ବରୁ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା।
The post ଅଜିତ ମଙ୍ଗରାଜଙ୍କ ପରିବାର ସହ କଥା ହେଲେ ରାହୁଲ ଗାନ୍ଧୀ first appeared on Sambad.from ଜିଲ୍ଲା | Sambad https://ift.tt/3uQBeVQ
0 Comments