ପୁରୀ : କୋଭିଡ କଟକଣା ଯୋଗୁଁ ବଡ଼ଦାଣ୍ଡ ସେବାକୁ ବନ୍ଦ କରି ଦିଆଯାଇଛି। ଆଜି ଜିଲ୍ଲାପାଳ ‌ସମର୍ଥ ବର୍ମା ଏହା ଘୋଷଣା କରିଛନ୍ତି। ପୁରୀରେ ଯେହେତୁ କରୋନା ମହାମାରୀ କାୟା ବିସ୍ତାର କରୁଛି, ସେଥି ପାଇଁ ବଡ଼ଦାଣ୍ଡ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ଶ୍ରୀ ବର୍ମା ପୁରୀ ଜିଲ୍ଲାପାଳ ଦାୟିତ୍ବ ନେବା ପରେ ବଡ଼ଦାଣ୍ଡକୁ ସ୍ବଚ୍ଛ ରଖିବା ପାଇଁ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପୁରୀ ବଡ଼ଦାଣ୍ଡକୁ ୫ଟି ଜୋନ୍‌ରେ ବିଭକ୍ତ କରି ସଫେଇ କାର୍ଯ୍ୟକ୍ରମ କରାଯାଉଥିଲା। ଏଥିରେ ସମସ୍ତ ଉଠାଦୋକାନୀ, ଏନ୍‌ଜିଓ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କର ସହଯୋଗ ନିଆଯାଉଥିଲା। ଏଥିସହିତ କେତେକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଥିଲା। ମାତ୍ର ଏବେ କୋଭିଡ଼ ସଂକ୍ରମଣ ସଂଖ୍ୟା ୨ ଅଙ୍କରେ ରହି ଆଗକୁ ୩ ଅଙ୍କ ଆଡ଼କୁ ଅଗ୍ରସର ହେଉଥିବାର ଦେଖିବାକୁ ମିଳିଛି। ତେଣୁ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

The post ବନ୍ଦ ହେଲା ବଡ଼ଦାଣ୍ଡ ସେବା first appeared on Sambad.

from ଜିଲ୍ଲା | Sambad https://ift.tt/31VIO5j