‘କାଷ୍ଟ୍‌’ର ବାର୍ଷିକ ଉତ୍ସବ; ସାମାଜିକ ପରିବର୍ତ୍ତନ ପାଇଁ ମାନସିକତାରେ ପରିବର୍ତ୍ତନ ଲୋଡ଼ା: ସୌମ୍ୟରଂଜନ

କଟକ: ସାମାଜିକ ପରିବର୍ତ୍ତନ ଦରକାର ବୋଲି କେବଳ କହି ଦେ‌ଲେ ହେବନାହିଁ। ଆପଣଙ୍କ ପାଖରେ ସେ ପରିବର୍ତ୍ତନ ଚିତ୍ର କଣ ହେବା ଦରକାର, ସ୍ପଷ୍ଟତା ରହିବା ଦରକାର। ମାନସିକାତାରେ ପରିବର୍ତ୍ତନ ନହେଲା ପର୍ଯ୍ୟନ୍ତ କୌଣସି ସାମାଜିକ ପରିବର୍ତ୍ତନ ହେବ ନାହିଁ। ଏଭଳି ମତ ରଖିଛନ୍ତି ସମ୍ବାଦର ସମ୍ପାଦକ, ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସାମାଜିକ ସ˚ଗଠନ କାଷ୍ଟ ପକ୍ଷରୁ ଟାଉନ ହଲ୍‌ଠାରେ ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ସବୁ ବେଳେ ନିଜ ମନସ୍କ ହେବା ପରିବର୍ତ୍ତେ ଅନ୍ୟ ସ୍ବାର୍ଥକୁ ଦେଖିବାକୁ ପରାମର୍ଶ ଦେଇଛନ୍ତି।

କଟକର ସେଣ୍ଟର ଫର‌୍‌ ଆସିଷ୍ଟାନ୍ସ ଆଣ୍ତ ସୋସିଆଲ୍‌ ଟ୍ରାନସଫର୍ମେସନ୍‌ (କାଷ୍ଟ) ପକ୍ଷରୁ ଟାଉନ ହଲ୍‌ରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ବାର୍ଷିକ ଉତ୍ସବରେ ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଇଞ୍ଜିନିୟର ପ୍ରଦୀପ ବେହେରା, କାଷ୍ଟର ସଭାପତି ପ୍ରୀତମ ପଟ୍ଟନାୟକ, ସମ୍ପାଦକ ସୁଧୀର କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷା, ସ୍ବାସ୍ଥ୍ୟ, ସାମ୍ବାଦିକତା, ନାରୀ ସଶକ୍ତିକରଣ, ସୂଚନା ଅଧିକାର, ଆଇନସେବା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୩୨ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

The post ‘କାଷ୍ଟ୍‌’ର ବାର୍ଷିକ ଉତ୍ସବ; ସାମାଜିକ ପରିବର୍ତ୍ତନ ପାଇଁ ମାନସିକତାରେ ପରିବର୍ତ୍ତନ ଲୋଡ଼ା: ସୌମ୍ୟରଂଜନ first appeared on Sambad.

from ଜିଲ୍ଲା | Sambad https://ift.tt/31CEIyR

Post a Comment

0 Comments