
ବରଗଡ଼ : କୋଭିଡ୍ ପର୍ଯ୍ୟବେକ୍ଷକ ସତ୍ୟବ୍ରତ ସାହୁ ବରଗଡ଼ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ଜରୁରୀ କାମ ନଥିଲେ ଛତିଶଗଡ଼ ନଯିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ଶ୍ରୀ ସାହୁ ସୋହେଲା ବ୍ଲକ୍ ଲୁହୁରାଚଟି ନିକଟସ୍ଥ ଛତିଶଗଡ଼ ରାଜ୍ୟ ସୀମାନ୍ତ ଅଂଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଅତି ଜରୁରୀ ନହେଲେ ଛତିଶଗଡ଼ ନଯିବା ପାଇଁ କହିଥିଲେ। ସୀମାନ୍ତରେ ଛତିଶଗଡ଼ ରାଜ୍ୟର କରୋନା ପାଇଁ ଖୋଲା ଯାଇଥିବା କାଉଣ୍ଟରକୁ ଯାଇ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ସ୍ଥିତି ଉପରେ ତଥ୍ୟ ସଂଗ୍ରହ କରିଥିଲେ। ଛତିଶଗଡ଼ର ଦୁର୍ଗ ଓ ମହାସମୁନ୍ଦ ଜିଲ୍ଲାରେ କରୋନା ସଂକ୍ରମଣ ହାର ବଢ଼ି ଚାଲିଥିବାରୁ ସୀମାନ୍ତରେ ତୁରନ୍ତ ଚେକ ପଏଣ୍ଟ ଖୋଲି ଛତିଶଗଡ଼ ରାଜ୍ୟରୁ ଆସୁଥିବା ଲୋକଙ୍କ ସଂପୂର୍ଣ୍ଣ ବିବରଣୀ ସଂଗ୍ରହ କରିବା ସକାଶେ ସେ ନିର୍ଦେଶ ଦେଇଥିଲେ।
The post ‘ଜରୁରୀ ନଥିଲେ ଛତିଶଗଡ଼ ଯାଅନି’ first appeared on Sambad.from ଜିଲ୍ଲା | Sambad https://ift.tt/31OvzmG
0 Comments