
ନବରଙ୍ଗପୁର: ୫ ଦିନ ପାଇଁ ସଟଡାଉନ୍ ଘୋଷଣା ହେଲା ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ। ଚନ୍ଦାହାଣ୍ଡି ବ୍ଲକରେ ଗତ ୧୦ ଦିନ ମଧ୍ୟରେ ୧୬୦ରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହେଲେଣି। ଛତିଶଗଡ ସୀମାନ୍ତରେ ଥିବା ଚନ୍ଦାହାଣ୍ଡି ବ୍ଲକର ୨ଟି ମୁଖ୍ୟ
ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଗଳାବାଟ ରହିଛି, ଯାହାକୁ ସିଲ୍ କରିବା ସହଜ ନୁହେଁ। ଚନ୍ଦାହାଣ୍ଡି ବ୍ଲକବାସୀଙ୍କ ସହିତ ପଡ଼ୋଶୀ ଛତିଶଗଡର ଗାଁଗୁଡିକ ମଧ୍ୟରେ ସାମାଜିକ ସମ୍ପର୍କ ରହିଥିବାରୁ ଲୋକଙ୍କ ଯିବା ଆସିବା ନିୟମିତ ଚାଲୁ ରହିଛି। ଚନ୍ଦାହାଣ୍ଡି ସଦରମହକୁମା ବ୍ୟବସାୟୀ ସଂଘ ପକ୍ଷରୁ ଚନ୍ଦାହାଣ୍ଡି ବଜାରକୁ ଶନିବାର ଓ ରବିବାର ବ୍ୟବସାୟୀକ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଥିବା ବେଳେ ପୁରା ବ୍ଲକକୁ ସଟଡାଉନ ପାଇଁ ଦାବି ହୋଇଥିଲା।
ଆଜି ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ଆଲୋଚନା କରି ପୁରା ଚନ୍ଦାହାଣ୍ଡି ବ୍ଲକକୁ ଆସନ୍ତା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇ ସଚେତନ କରାଯାଇଛି। ଏହି ସଟଡାଉନକୁ ବିଭିନ୍ନ ମହଲରେ ସ୍ବାଗତ ଜଣାଯାଇଛି।
The post ୫ ଦିନ ପାଇଁ ସଟଡାଉନ ଘୋଷଣା ହେଲା ନବରଙ୍ଗପୁର ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ first appeared on Sambad.from ଜିଲ୍ଲା | Sambad https://ift.tt/3e6Dodi
0 Comments